pakka

ଜୟପାଟଣାଠାରେ ମତଦାନ ପାଇଁ ସଚେତନତା ରେଲି

bbehera

ଜୟପାଟଣା, (ଶେଷଦେବ ବେହେରା) : ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ପ୍ରଶାସନ ମେ ୧୩ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମତଦାତାଙ୍କୁ ଅଧିକରୁ ଅଧିକ ସଂପୃକ୍ତି ପାଇଁ ଏକ ସଚେତନତା ରେଲିର ଆୟୋଜନ କରାଯାଇଥିଲା । ଏହି ସଚେତନ ପଟୁଆରରେ ଶତାଧିକ କର୍ମଚାରୀ ଓ ଶିକ୍ଷକ ଉପସ୍ଥିତ ରହିଥିଲେ । ବିଭିନ୍ନ ଫ୍ଲାଗ କାର୍ଡ ଓ ନାରା ମାଧ୍ୟମରେ ମତଦାତାଙ୍କୁ ସଚେତନ କରାଯାଉଥିଲା । ଜୟପାଟଣା ଡାକ୍ତରଖାନା ଛକଠାରୁ ପଟୁଆରୁ ବାହାରି ବ୍ଲକ୍‌ କାର୍ଯ୍ୟାଳୟ ପାଖରେ ସମରୋପ ହୋଇଥିଲା । ତତ୍ ସଙ୍ଗେ ବିଭିନ୍ନ ମତଦାତାମାନଙ୍କୁ ସଚେତନ କରାଯାଇ ଥିଲା । ବି. ଡି ଓ ଧର୍ମ ରାଜମାଝୀ, ତହସିଲ୍‌ଦାର୍‌ ରଘୁନାଥ ମୁଣ୍ଡାରୀ, ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ଓ ଜୟପାଟଣା ପୋଲିସ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.

1 × 4 =