pakka

୧୧ କେଭି ତାର ଛିଣ୍ଡି ବାପା ମୃତ, ପୁଅ ଗୁରୁତର

bbehera

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ କୋରା ବେହେରା ଓ ତୋଫାନ ବେହେରା ବିଲକୁ ସାରୁ ଖୋଳିବାକୁ ଯାଇଥିଲେ ଏହି ସମୟରେ ହଠାତ୍ ୧୧ କେଭି ତାର ଛିଣ୍ଡି କୋରାଙ୍କ ଉପରେ ପଡ଼ିଥିଲା ଏହା ଦେଖି ପୁଅ ତୋଫାନ ତାଙ୍କୁ ରକ୍ଷା କରିବାକୁ ଯାଇଥିଲେ । ତାପରେ କୋରା ବେହେରାଙ୍କୁ ଉଦ୍ଧାର କରାଯାଇ ଆଡ଼ପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏଣେ ତୋଫାନ ବେହେରାଙ୍କୁ ଏମ୍‌କେସିଜିକୁ ପଠାଯାଇଥିଲା ।

Leave A Reply

Your email address will not be published.

14 − ten =