ଅଂଚଳର ବିକାଶ ହିଁ ଶ୍ରେଷ୍ଠ ରାଜନୀତି : ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତର ଖଲିଆପାଲିଠାରେ ଅନୁଷ୍ଠିତ ସାଧାରଣ ସଭାରେ ଏଆସିସି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ, ପାଂଚ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ଅନେକ ରାଜନେତା ଆସିବେ, ମିଛ ଯୋଜନା ଯାହାକି ନିର୍ବାଚନ ପରେ ଉଭେଇଯାଏ ସେପରି ଯୋଜନାରେ ଆପଣମାଙ୍କୁ ଭୁଆଁ ବୁଲା ରାଜନୀତିରେ ଭୂଆଁ ବୁଲାଇବେ, କାରଣ ଏମାନଙ୍କ ବଲାଙ୍ଗିର ମା’ ମାଟି ପ୍ରତି ଦରଦ ନାହିଁ ରାଜନୀତିର ଅଲଗା ସଂଜ୍ଞା ଏମାନଙ୍କ ପାଇଁ ବ୍ୟବସାୟ ଅଟେ କିନ୍ତୁ ଆମେ ଅଂଚଳବାସୀଙ୍କ ସାମଗ୍ରୀକ ବିକାଶକୁ ଶ୍ରେଷ୍ଠ ରାଜନୀତି ବୋଲି ବିଶ୍ୱାସ କରୁଁ ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତର ଖଲିଆପାଲିଠାରେ ଅନୁଷ୍ଠିତ ସାଧାରଣ ସଭାରେ ଏଆସିସି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଛନ୍ତି । ଏହି ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଜନ ବିରୋଧୀ ସରକାର ଦୀର୍ଘ ସମୟ ଶାସନ କରିସାରିଥିଲେ ମଧ୍ୟ ନିର୍ବାଚନ ହାରିବା ଭୟରେ ଲୋକଙ୍କୁ ଲଲିପପ୍‌ ଦେବା ଭଳିଆ ଯୋଜନା ସବୁ ଆଣି ସାଧାରଣ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି । ତେଣୁ ଲୋକେ ଆଗାମୀ ନିର୍ବାଚନରେ ଏମାନଙ୍କୁ ଉଚିତ ଜବାବ ଦିଅନ୍ତୁ ବୋଲି କହିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ରାଜ୍ୟ ସରକାର ତଥା ସ୍ଥାନୀୟ ସରକାରୀ ଦଳର ରାଜନେତାଙ୍କ ନାରୀ ସୁରକ୍ଷାକୁ ନେଇ କୁମ୍ଭୀର କାନ୍ଦଣାକୁ ଘୋର ସମାଲୋଚନା କରିବା ସହ ରାଜ୍ୟରେ କଂଗ୍ରେସ ସରକାର କଲେ ବେକାରୀ ଭତ୍ତା, ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି, ବାର୍ଦ୍ଧକ୍ୟ ବିକଳାଙ୍ଗ ଭତ୍ତାକୁ ଦୁଇ ଗୁଣ କରିବାରେ ଗେରେଣ୍ଟି ଦେଇଥିଲେ । ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଖଲିଆପାଲି, କିରାବାହାଲ, ରାମସିଂହା ଅଂଚଳର ଶହ ଶହ ଜନସାଧାରଣ ଏହି ସଭାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

17 + twenty =