pakka

ବିବାହ ଉତ୍ସବରେ ବୃକ୍ଷ ରୋପଣ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ଧରିତ୍ରୀ ସୁରକ୍ଷିତ ହେଲେ ଜୀବ ଜଗତ ସୁରକ୍ଷିତ ହୋଇ ରହିବ । ଦିନକୁ ଦିନ ମାତ୍ରାଧିକ ଉତ୍ତାପ ବୃଦ୍ଧି ଯୋଗୁଁ ଜୀବ ଜଗତ ଧ୍ଵଂସ ଆଡକୁ ମୁହାଁଉଛି । ଏଥି ସକାଶେ ବିଶ୍ଵ ଉତ୍ତାପନ ରୋକିବା ସକାଶେ ଜନ ସଚେତନତା ସହ ପରିବେଶ ସୁରକ୍ଷା ପାଇଁ ଜନ ଜାଗରଣ ଦରକାର । “ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ‘ଆହ୍ୱାନ ଦେଇ ସୋହେଲା ବ୍ଲକ ଅନ୍ତର୍ଗତ ପଣ୍ଡକିପାଳି ଗ୍ରାମ ପଞ୍ଚାୟତର କାଶିପାଳି ଗ୍ରାମରେ ନବଦମ୍ପତ୍ତି ଟଙ୍କଧର ଓ ସେବିକା ବିବାହ ଦିନ ଦୁଇଟି ଅଶୋକ ଗଛ ଲଗାଇ ନିଜର ବୈବାହିକ ଜୀବନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼ ସମ୍ପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁ ବିବାହ ଉତ୍ସବରେ ଯୋଗ ଦାନ କରି ନବଦମ୍ପତ୍ତିଙ୍କୁ ଦୁଇଟି ଅଶୋକ ଚାରା ପ୍ରଦାନ କରିଥିଲେ ଓ ନବ ଦମ୍ପତ୍ତିଙ୍କ ଦ୍ଵାରା ଘର ସାମ୍ନାରେ ବୃକ୍ଷ ରୋପଣ କରାଇଥିଲେ । ଏହି କାର୍ଯ୍ୟକ୍ରମ ବିବାହ ଉତ୍ସବରେ ଯୋଗଦାନ କରିଥିବା ଅତିଥି ଓ ଗ୍ରାମବାସୀଙ୍କୁ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ପ୍ରଦାନ କରିଥିଲା ।

jay balangir
Leave A Reply

Your email address will not be published.

13 − ten =

error: Content is protected !!