ପାଇକମାଲ ରାଜମିସ୍ତ୍ରୀ ଶ୍ରମିକ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନିକଟସ୍ଥ ଜର୍ଜଗଡ଼ ଗ୍ରାମରେ ରାଜମିସ୍ତ୍ରୀ ଶ୍ରମିକ ସଂଘର ଏକ ଜରୁରୀ ବୈଠକ କେଦାର ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ଅଂଚଳରେ କେତେକ ରାଜମିସ୍ତ୍ରୀ ମାନେ ଲୋକମାନଙ୍କ ଘର ନିର୍ମାଣ କରିବା ପାଇ ଠିକା ନେଇ କାମ ସଠିକ ଭାବରେ ନ କରି ଅଧିକ ଟଙ୍କା ମାଲିକ ପାଖରୁ ନେଇଯାଉଥିବାରୁ ସମସ୍ତ ରାଜମିସ୍ତ୍ରୀ ମାନେ ବଦନାମ ହେଉଛନ୍ତି ବୋଲି ସଭାରେ ଆଲୋଚନା ହୋଇଥିଲା । ଏମିତି ମିସ୍ତ୍ରୀମାନଙ୍କୁ ସଂଘରୁ ବାହାର କରାଯାଉ ବୋଲି ଆଲୋଚନା କରାଯିବା ସହ ମୁନିକେଲ ଗ୍ରାମର ରାଜମିସ୍ତ୍ରୀ ଦିଲ୍ଲୀପ ଦାସଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଆଲୋଚନା ହୋଇଥିଲା। ଡାକ୍ତର ରାଜୀବ ପଟ୍ଟନାୟକ ଓ ଅମିତ ଶତପଥିଙ୍କ ଘର ନିର୍ମାଣ କରିବା ପାଇଁ ଠିକା ନେଇ ଦିଲ୍ଲୀପ ଏମାନଙ୍କୁ ବହୁତ ହଇରାଣ କରିବା ସହ ମାନସିକ ଚିନ୍ତାରେ ପକାଇ ଥିବାରୁ ଦିଲ୍ଲୀପକୁ ବୈଠକ ବହୁତ ଭର୍ସନନା କରାଯାଇଥିଲା । ସେ ଅଭିଯୋଗକାରୀଙ୍କ ଠାରୁ ଅଧିକ ଟଙ୍କା ଫୁସୁଲେଇ କରି ନେଇଯାଇ ଥିବାରୁ ସଭାରେ ଉକ୍ତ ଟଙ୍କା ଗୁଡିକୁ ସାତ ଦିନ ମଧ୍ୟରେ ଫେରାଇ ବାକୁ ସଂଘ ନିର୍ଦେଶ ଦେବା ସହ ଦିଲ୍ଲୀପକୁ କାମ କରିବା ପାଇଁ ମନା କରାଯାଇଥିଲା । ସଭାରେ ସଦାନନ୍ଦ ଦାସ, ମନବୋଧ ରଣା, ଜ୍ଞାନ ଚନ୍ଦ୍ର ହରପାଳ, ଲୋକନାନାଥ ତାଣ୍ଡି ଓ ଅନିଲ କୁମାର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seven + fourteen =