ପଦ୍ମପୁରରେ ସାମ୍ବାଦିକଙ୍କୁ ଟୀକାକରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛିଦିନ ପୂର୍ବରୁ ସାମ୍ବାଦିକମାନଙ୍କୁ କରୋନ ଯୋଦ୍ଧା ଭାବରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା ଏବଂ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଟୀକାକରଣ ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଟୀକାକରଣ କେନ୍ଦ୍ରରେ ସାମ୍ବାଦିକମାନଙ୍କୁ ଟୀକାକରଣ କରାଯାଇଛି । ଏହି ଟୀକାକରଣ କାର୍ଯ୍ୟକ୍ରମରେ ପଦ୍ମପୁର ସହରାଞ୍ଚଳ ତଥା ଆଖପାଖ ଅଞ୍ଚଳର ୮ ଜଣ ସାମ୍ବାଦିକ ଭାଗ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ହସପିଟାଲ ମ୍ୟାନେଜର ଦିବ୍ୟ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen − 4 =