କରୋନା ମାଡ ସହ କୁଆପଥର ମାଡ : ଧାନଜମି ନଷ୍ଟ, ଚାଷୀ ଦେଲେ ମୁଣ୍ଡରେ ହାତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଲମ୍ବରୁପାଲି ଗ୍ରାମରେ ଆଜି ବହୁତ୍ ଜୋର୍ ବର୍ଷା ହେବା ସହିତ କୁଆପଥର ମାଡ ଯୋଗୁଁ ଚାଷୀଙ୍କ ସମସ୍ତ ଧାନ କ୍ଷେତ ନଷ୍ଟ ହୋଇଯାଇଛି । ଇଶ୍ୱର ପଧାନ, ରାମ ପ୍ରସାଦ ପାତ୍ର, ଶ୍ରୀମନ୍ତ ପଧାନ, ବ୍ରଜ ମୋହନ ଠାକୁର, ନନ୍ଦକୀଶୋର ସା, ମୁକୁନ୍ଦ ପାତ୍ର, ଲମ୍ବରୁପାଲି ଗ୍ରାମର ସମସ୍ତ ଚାଷୀ ଅନନ୍ୟେପାୟ ହୋଇ ହତାସ ହେଇ ବସିଛନ୍ତି । ଆଉ କିଛି ଦିନ ମଧ୍ୟରେ ଫସଲ ଅମଳ କରିଥାନ୍ତେ କିନ୍ତୁ ଏମିତି କାଳ ବୈଶାଖୀ ଯୋଗୁଁ ସବୁ ଫସଲ ନଷ୍ଟ ହୋଇଯାଇଛି, ଏଣୁ ସରକାରଙ୍କୁ ଅନୁରୋଧ ଆମକୁ କ୍ଷୟକ୍ଷତି ଦିଆଯାଉ ବୋଲି ଚାଷୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

nine + 20 =