ଜନମଞ୍ଚ ସଂଗଠନର ପ୍ରଶଂସନୀୟ କାମ : ନିରୀହ ଲୋକଙ୍କୁ ଚିହ୍ନଟ କରି ମିଲ୍‌ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ଏବେ ୧୪ ଦିନିଆ ଲକଡାଉନ ଚାଲିଛି । ତେବେ କେତେ ଲୋକ ମୁଠେ ଖାଇବାକୁ ପାଉଛନ୍ତି ତ ଆଉ କେତେ ଲୋକଙ୍କ ପାଇଁ ମୁଠେ ଖାଇବାକୁ ପାଇବା ପାଇଁ ସ୍ୱପ୍ନ ପାଲଟିଛି । ଏହି ସମୟରେ ଅସହାୟଙ୍କୁ ସହଯୋଗର ହାତ ବଢାଇଛି ବଲାଙ୍ଗିର ଜିଲ୍ଲାର ଜନମଞ୍ଚ ସଂଗଠନ । ନିରୀହ ଲୋକଙ୍କୁ ଚିହ୍ନଟ କରି ମିଲ୍‌ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ପ୍ରତୀକ ନାୟକ, ଗୋପିକୃର୍ଷ୍ଣ, ଟିକେଶ୍ୱର, ସୌମ୍ୟ ପ୍ରମୁଖ ସାମିଲ ଥିଲେ । ତେବେ ଜନମଞ୍ଚ ସଂଗଠନର ଏହି କାର୍ଯ୍ୟକୁ ସାଧାରଣରେ ବହୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.

thirteen + fourteen =

error: Content is protected !!