ଗଞ୍ଜାମ ଜିଲ୍ଲାର ଜଣେ ଆଗଧାଡ଼ିର କୋରନା ଯୋଦ୍ଧା ଭାବେ ପରିଚିତ ପ୍ରଦୀପ କିଶୋର ସାହୁଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ସକାଳେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲାର ଜଣେ ଆଗଧାଡ଼ିର କୋରନା ଯୋଦ୍ଧା, କଲମକୁ ଧରି, ସାରା ଜୀବନକୁ ଅସ୍ତ୍ର-ସାଜିଥିବା ବୀରସୈନିକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର “ସମ୍ବାଦ”ର ବ୍ୟୁରୋ ହେଡ୍‌ ପ୍ରଦୀପ କିଶୋର ସାହୁ ନାମକ ଜଣେ ସାମ୍ବାଦିକଙ୍କ ଦେହାନ୍ତ ହୋଇଛି । କୋରନାରେ ସଂକ୍ରମଣ ହୋଇ ବ୍ରହ୍ମପୁର ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୋରନାର ଦ୍ୱିତୀୟ ଲହରୀରେ ଏଭଳି ଅନେକ ଗଣମାଧ୍ୟମ ପ୍ରତିନିଧି /ଗଞ୍ଜାମ ଜିଲ୍ଲାର ବହୁ ନେତୃତ୍ୱଧାରୀ ସାମ୍ବାଦିକଙ୍କ ଜୀବନ ଯାଇଛି । ଏନେଇ ଆଜି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ସାମ୍ବାଦିକଙ୍କୁ ସତର୍କତା ସହ ଅବଲମ୍ବନ କରିବାକୁ କହି ଘରେ ରହି ସମ୍ବାଦ ପରିବେଷଣ କରିବାକୁ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

ten − ten =

error: Content is protected !!