pakka

ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି ଗଞ୍ଜାମ ଏନ୍‌ଏସି

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ଓ ଆବର୍ଜନା ମୁକ୍ତ ସହର ପାଇଁ ୨୦୨୩ ଅଭିଯାନ ଆନୁକୂଲ୍ୟରେ ଓଡିଶା ରାଜ୍ୟର ଜାତୀୟସ୍ତରରେ ଯୋଗ୍ୟ ବିବେଚିତ ହୋଇଛି ୧୬ ଗୋଟି ସହରାଞ୍ଚଳ । ଏଥିରେ ଗଞ୍ଜାମ ଜିଲ୍ଲାର ୧୦ ଏନ୍‌ଏସି ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସ୍ପଷ୍ଟ କରିଛି । ସେଥି ମଧ୍ୟରୁ ଗଞ୍ଜାମ ଏନ୍‌ଏସି ସ୍ଥାନ ପାଇଥିବା ଜଣାପଡିଛି । ଆସନ୍ତା ୧୧ରେ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଗଞ୍ଜାମ ଏନ୍‌ଏସିକୁ ଆବର୍ଜନାମୁକ୍ତ ସହର ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥି ପାଇଁ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଏବଂ ସାନିଟେସନ୍‌ ଏକ୍ସପଟ୍‌ ସୁମିତ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ସହରବାସୀ ।

jay balangir
Leave A Reply

Your email address will not be published.

ten + twenty =

error: Content is protected !!