pakka

ବାଂଲାଦେଶରେ ପଞ୍ଚମ ଥର ଶେଖ୍ ହସିନା ସରକାର

bbehera

ନୂଆଦିଲ୍ଲୀ : ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍‌ ହସିନା ପୁଣିଥରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି । ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ସହ ପଞ୍ଚମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି । ୨୦୦୯ ମସିହାରୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ଶାସନ କରୁଥିବା ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କ୍ରମାଗତ ପଞ୍ଚମ ଥର ପାଇଁ ବିଜୟୀ ହୋଇ ନୂଆ ରେକର୍ଡ କରିଛନ୍ତି । ବିରୋଧୀ ଦଳ ନିର୍ବାଚନ ବହିଷ୍କାର କରିବା ପରେ ବହୁମତ ସହ ବିଜୟୀ ହୋଇଛି ହସିନାଙ୍କ ପାର୍ଟି । ୩ଶହ ସିଟ୍ ବିଶିଷ୍ଟ ସଂସଦରେ ଆୱାମୀ ଲିଗ୍‌କୁ ଏକ ତୃତୀୟାଂଶ ଆସନ ମିଳିଛି । ରବିବାର ଗୋପାଳଗଞ୍ଜ-୩ ନିର୍ବାଚନ ମଣ୍ଡଳୀରୁ ହସିନା ପୁନର୍ବାର ସଂସଦକୁ ନିର୍ବାଚିତ ହୋଇଛନ୍ତି । ୭୬ ବର୍ଷୀୟା ହସିନା ୨,୪୯,୯୬୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ସୁପ୍ରିମ୍ ପାର୍ଟିର ଏମ୍ ନିଜାମ ଉଦ୍ଦିନ ଲସ୍କର ମାତ୍ର ୪୬୯ ଖଣ୍ଡ ଭୋଟ୍ ପାଇଛନ୍ତି ।

Leave A Reply

Your email address will not be published.

two + eighteen =