pakka

ଏକଲ ଅଭିଯାନ ଓଡ଼ିଶା ଖେଳକୁଦ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଲ ଅଭିଯାନ ଓଡ଼ିଶା ଦ୍ଵାରା ଅନୁଷ୍ଠିତ ଖେଳକୁଦ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବ ରାଉରକେଲା ବିର୍ସା ମୁଣ୍ଡା ଆଥେଲେଟିକ୍ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । କୃତିତ୍ୱ ହାସଲ କରିଥିବା ଦୌଡ଼ ପ୍ରତିଯୋଗିତାରେ ୬ଜଣ, ଲମ୍ବ ଡିଆଁ ପ୍ରତିଯୋଗିତାରେ ୨ଜଣ, ଉଚ୍ଚ ଡିଆଁ ପ୍ରତିଯୋଗିତାରେ ୨ଜଣ, କୁସ୍ତି ଯୁଦ୍ଧ ପ୍ରତିଯୋଗିତାରେ ୪ଜଣ, ଯୋଗାସନ ପ୍ରତିଯୋଗିତାରେ ୨ଜଣ, କବାଡି ପ୍ରତିଯୋଗିତାରେ ୨୦ଜଣ ମୋଟ ୩୬ଜଣ ପ୍ରତିଯୋଗୀ ଜାତୀୟସ୍ତରରେ ହେବାକୁ ଯାଉଥିବା ଖେଳକୁଦ ପ୍ରତିଯୋଗିତାରେ ଭାଗ ନେବେ । ଏହା ନାଗପୁରଠାରେ ଚଳିତ ମାସ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜିର ଖେଳକୁଦ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମପ୍ରାନ୍ତ ସଂଘ ଚାଳକ ଡ. ସନାତନ ପ୍ରଧାନ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ନିର୍ଦ୍ଦେଶକ ମୃଦୁଳା ଠାକୁର, ଓଡ଼ିଶା ସଂଭାଗ ସଭାପତି ଅଶୋକ ମୁଦୁଲି, ସୁନ୍ଦରଗଡ ଅଞ୍ଚଳ ସଭାପତି ଦମୁ ତିର୍କି, ସୁନ୍ଦରଗଡ ସମ୍ପାଦକ ବାବାଜୀ ସାହୁ, ଅଞ୍ଚଳ କୋଷାଧ୍ୟକ୍ଷ ରବି ଦେହୁରୀ, ଓଡ଼ିଶା ସମ୍ପାଦକ ରାଠୁ ମହାନ୍ତ, ରାଜୀବ ପାତ୍ର, ଅଶୋକ ଗାନ୍ଧୀ, ଆନନ୍ଦ ଜୈନ, ସୁଭାଷ ସିଂହ, ନିହାର ରାୟ, ଜଗବନ୍ଧୁ ବେହେରା, ସନ୍ତୋଷ ତିର୍କି, ବିପିନ ବିହାରୀ ସାହୁ ଯୋଗ ଦେଇଥିବା ବେଳେ ପ୍ରଚାର ପ୍ରସାର ଦାୟିତ୍ଵରେ ବସନ୍ତ କୁମାର ସାମଲ, ବାବୁଲି ମୁର୍ମୁ, ବିଷ୍ଣୁ ଷାଣ୍ଢ ଦାୟିତ୍ଵ ତୁଳାଇ ଥିଲେ ।

jay balangir
Leave A Reply

Your email address will not be published.

2 + 20 =

error: Content is protected !!