om academy

ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ପାଇଲେ ରାମ ନାରାୟଣ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଛାତ୍ରୀ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ମନୋଭାବ ବିକାଶ କରିବା ସହିତ ଶିକ୍ଷା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକ, ଶିକ୍ଷାବିଭାଗ ଅଧିକାରୀ, ପୁରାତନ ଛାତ୍ର କମିଟି, ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମ ପଂଚାୟତ, ବ୍ଲକ, ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ବିକାଶ କରିଥିବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩-୨୪ ଆରମ୍ଭ ହୋଇଛି । ଶିକ୍ଷକ ଶିକ୍ଷା ପୁରସ୍କାର ୨୦୨୩-୨୪ ଶିକ୍ଷା ବର୍ଷରେ ପ୍ରଥମ ଭାଷା(ଓଡିଆ) ବିଷୟ ପାଇଁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷକ ଶିକ୍ଷା ପୁରସ୍କାର ରାଜ୍ୟର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ରାମ ନାରାୟଣ ଦାଶ ପୁରସ୍କୃତ ହୋଇଛନ୍ତି । ଶିକ୍ଷକ ରାମ ନାରାୟଣ ଦାଶଙ୍କୁ ଶୈକ୍ଷିକ ତଥା ଅଣଶୈକ୍ଷିକ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ବିଶାଳ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାର୍ଟିଫିକେଟ, ମାନପତ୍ର ସହ ୪୦ ହଜାର ଟଙ୍କା ଅର୍ଥରାଶି ସହ ପୁରସ୍କୃତ କରାଯାଇଛି । ପୂର୍ବରୁ ଏହି ପୁରସ୍କାର ପାଇଁ ରାମ ନାରାୟଣ ଦାଶ ଅନ୍‌ଲାଇନ୍‌ରେ ଆବେଦନ କରିବା ସହିତ ଜାନୁୟାରୀ ୧୯ ତାରିଖରେ ରାଜ୍ୟ ସ୍ତରୀୟ ଏକ ପାନେଲ ସମ୍ମୁଖରେ ଗୁଗୁଲମିଟ୍‌ରେ ସାକ୍ଷାତକାର ଦେଇଥିଲେ । ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସମ୍ମୁଖରେ ନୂତନ ଶିକ୍ଷଣ ଧାରାକୁ ପ୍ରୟୋଗ କରି ସଫଳତା ହେବା ସହିତ ନାଟକ, ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜାତୀୟ ସ୍ତରରେ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଇବାରେ ଶିକ୍ଷକ ରାମ ନାରାୟଣ ଦାଶ ସଫଳ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାର ଏକମାତ୍ର ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ପ୍ରାପ୍ତ କରିଥିବା ରାମ ନାରାୟଣ ଦାଶଙ୍କୁ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଏଡିଇଓ କେଶବ ମେହେର, ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ର ତଥା ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ରଛାତ୍ରୀ, ବୁଦ୍ଧିଜିବୀ ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ କ୍ଷେତ୍ରରେ ପୂର୍ବରୁ ରାମ ନାରାୟଣ ଦାଶ ରାଜ୍ୟର ଏକମାତ୍ର ସରକାରୀ କର୍ମଚାରୀ ଯିଏକି ଓଡିଶା ସରକାରାଙ୍କଠାରୁ ୨୦୧୮ରେ ରାଜ୍ୟ ସମାଜସେବୀ ପୁରସ୍କାର, ୨୦୧୮ରେ ପ୍ରକୃତିବନ୍ଧୁ ପୁରସ୍କାର, ୨୦୨୨ରେ ଗୁଡସମରିତାନ ପୁରସ୍କାର ଓ ୨୦୨୩ରେ ଓଡିଶା ପରିବହନ ବିଭାଗରୁ ଗୋଲଡେନ ଆୱାର ହିରୋ ପ୍ରଭୃତି ପୁରସ୍କାର ପ୍ରାପ୍ତ କରିଛନ୍ତି । ପ୍ରକାଶଥାଉକି, ନିମ୍ନା ଗ୍ରାମର ମୂଳ ବାସିନ୍ଦ ଦୀନବନ୍ଧୁ ଦାଶ ଓ ସୁରେଖା ଦାଶଙ୍କ ସୁପୁତ୍ର ରାମ ନାରାୟଣ ଦାଶ ଅଟନ୍ତି ।

Leave A Reply

Your email address will not be published.