csstore

କପିଲାଭଟାରେ କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଆଜି କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କଂଗ୍ରେସ କର୍ମୀ ସମ୍ମିଳନୀରେ ବଙ୍ଗୋମୁଣ୍ଡା ବ୍ଲକ କଂଗ୍ରେସ କମିଟିର ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନିତ ଅତିଥି ଭାବରେ ସିନ୍ଧେକେଲା ସମିତି ସଭ୍ୟ ତଥା ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରା, ବଳଧା ପଞ୍ଚାୟତ ସରପଞ୍ଚ ରାଜକୁମାରୀ ବେଶ୍ରା, ବିରିପାଲି ସରପଞ୍ଚ ସୁରେଶ ବେହେରା, କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ, କୁଣ୍ଡାବୁଟୁଲା ସମିତି ସଭ୍ୟ ହଂସରାଜ ସାହୁ, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ, ବଙ୍ଗୋମୁଣ୍ଡା ବ୍ଲକ କଂଗ୍ରେସ କମିଟି ନାରୀନେତ୍ରୀ ସରିତା ଶର୍ମା, ଦେବେନ୍ଦ୍ର ବହିଦାର, ଯୁବନେତା ସଦାନନ୍ଦ ତାଣ୍ଡି, ପୂର୍ବତନ ସମିତି ସଭ୍ୟ ଟଙ୍କେଶ୍ୱରୀ ବେହେରା, ଲମ୍ବୋଦର ବେହେରା, ସମିତି ସଭ୍ୟ ପ୍ରତିନିଧି ଖଗେଶ୍ୱର ବାଗ, ନୀଳକଣ୍ଠ ବାରିକ, ରାଜୁ ହାତୀ, ସୁଦାମ ଭୋଇ, ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ, ତୁରେକେଲା ସମିତି ସଭ୍ୟ ମୁରଲୀ କୁମ୍ଭାର, ପୂର୍ବତନ ବଳଧା ସରପଞ୍ଚ ଫାଲଗୁନି ଯାନୀ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମୀମାନଙ୍କୁ କଂଗ୍ରେସ ପାର୍ଟିର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କପିଲାଭଟା, ଗନ୍ଧରାବନ୍ଧ ଓ ବଳଧା ଗ୍ରାମ ପଞ୍ଚାୟତ ଅଞ୍ଚଳର ଶତାଧିକ ବିଜେଡି, ବିଜେପି ପାର୍ଟିର କର୍ମୀମାନେ କଂଗ୍ରେସ ଦଳରେ ଆଜି ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ଏଥିରେ ବହୁ ମହିଳା ଓ ପୁରୁଷ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଓ କଂଗ୍ରେସର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.