om academy

ଖୁବ୍ ଆକର୍ଷଣୀୟ ହେବ ବଲାଙ୍ଗିର ଟାଉନ ହଲ୍‌

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଖୁବ୍ ଆକର୍ଷଣୀୟ ଲାଗିବ ବଲାଙ୍ଗିର ଟାଉନ ହଲ୍‌ । ଆଜି ପୂର୍ବାହ୍ନରେ ବଲାଙ୍ଗିର ପୌରପରିଷଦ ତରଫରୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉଦ୍ୟମରେ ଟାଉନ ହଲ୍‌ ରୂପାନ୍ତରୀକରଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ । ଟାଉନ ହଲ୍‌ ରୂପାନ୍ତରୀକରଣ ପାଇଁ ରାଜ୍ୟ ସରକାର ୧ କୋଟି ୫୧ ଲକ୍ଷ ଟଙ୍କାର ଅନୁଦାନ ମଂଜୁର କରିଛନ୍ତି । ଏହି ଅନୁଦାନ ପାଇଁ ମ୍ୟୁନିସିପାଲଟି ଚେୟାରମେନ ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜିର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଓ ମ୍ୟୁନିସିପାଲଟି ଚେୟାରମେନ ଶ୍ରୀମତୀ ସାହୁଙ୍କ ସହ ଭାଇସ୍ ଚେୟାରମେନ ଗାୟତ୍ରୀ ଭୋଇ, କାଉନ୍‌ସିଲର୍‌ ଶତ୍ରୁଘ୍ନ ବାଗ ଓ ବହୁ ବିଜେଡି ନେତା ତଥା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.