ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚାକୁ ଆସିଛି । ବରଗାଁ ପଞ୍ଚାୟତ ବାଞ୍ଜିମୁଣ୍ଡା ଗ୍ରାମର ତଳିପଡାରେ ଏପରି ଘଟଣା ଘଟିଛି । ସୂଚନା ପ୍ରକାରେ ପରିବାରର ଅନୁମତି ଓ ସାମାଜିକ ସ୍ବୀକୃତି ନ ମିଳିବା ଫଳରେ ବିଫଳ ହୋଇ ସେହି ଗ୍ରାମର ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବା ଭଳି ନିଷ୍ପତି ନେଇଥିଲେ । ଉଭୟ ମିଳିତ ଭାବେ କୌଣସି ଧାରୁଆ ଅସ୍ତ୍ରରେ ନିଜର ବେକ ଓ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିଲେ । ପରିବାର ଲୋକେ ଉଭୟଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାକୁ ଆଣିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଉଭୟ ପ୍ରେମୀ ଯୁଗଳ ଗୋଟିଏ ପରିବାରର ଓ ସଂପର୍କୀୟ ହୋଇଥିବା ହେତୁ ପରିବାର ଲୋକେ ସେମାନଙ୍କ ପ୍ରେମକୁ ନେଇ ବାରଣ କରିଥିଲେ । ଫଳର ଅନ୍ୟ ଉପାୟ ନପାଇ ଉଭୟ ମିଶି ଆତ୍ମହତ୍ୟା କରିବାର ପଥ ବାଛି ନେଇ ଆଜି ଉଦ୍ୟମ କରିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।

Leave A Reply

Your email address will not be published.

five × 5 =

error: Content is protected !!