pakka

ସ୍ୱେଚ୍ଛାସେବୀଙ୍କ ନିଆରା ପ୍ରୟାସ : କାଜଲଙ୍କୁ ମିଳିଲା ହୁଇଲ ଚେୟାର୍‌

bbehera

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ଦୁଆରସୁଣୀ ପଞ୍ଚାୟତ ଗୋଶାଣୀମୁଣ୍ଡା ଗାଁର କାଜଲ ସାହୁ ଜନ୍ମରୁ ଦିବ୍ୟାଙ୍ଗ । ଜନ୍ମରୁ ମା’ଙ୍କୁ ହରାଇ ପିତା ମଦନ ସାହୁ ପାଉଁରୁଟି ବିକ୍ରି କରି ଝିଅର ସମସ୍ତ ଯତ୍ନ ନେଉଥିଲେ । କିନ୍ତୁ ତାଙ୍କ ପିତାଙ୍କ ଗତବର୍ଷ ଅଗଷ୍ଟ ମାସରେ ଦେହାନ୍ତ ହୋଇଥିଲା । ଏହାପରେ କାଜଲ ବହୁତ ଅସୁବିଧାରେ ରହୁଛନ୍ତି । ନିଜର ଘର ନଥିବାରୁ ଅନ୍ୟ ଏକ ଘରେ ସର୍ବଦା ପଡି ରହୁଥିଲେ । ଯିଏ ଯାହା ଦେଲେ ସେଇଆ ସେ ଖାଉଥିଲେ । ଗତ କିଛିଦିନ ତଳେ ସ୍ୱେଚ୍ଛାସେବୀ ସୁନିତା ନାଏକ ତାଙ୍କ ଘରକୁ ଯାଇଥିଲେ । ତାଙ୍କର ଏହିପରି ଅବସ୍ଥା ଦେଖି ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କୁ ସମସ୍ୟା ବିଷୟରେ ଜଣାଇଥିଲେ । ଶ୍ରୀ ରଣା ସମସ୍ୟା ବିଷୟରେ ଜାଣିବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମୁଖ୍ୟ ବୀରେନ୍ଦ୍ର କୁମାର କୋହର ଓ ଅରୁଣ ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ । କାଜଲଙ୍କ ଘରକୁ ପ୍ରଶାସନ ପକ୍ଷରୁ ଡ଼ିଏସ୍‌ଏସ୍‌ ବୀରେନ୍ଦ୍ର କୁମାର କୋହର, ବାଦଲ ପଟ୍ଟନାୟକ ଯାଇ ଏକ ହୁଇଲ ଚେୟାର ପ୍ରଦାନ କରିଥିବା ବେଳେ ଆଗାମୀ କିଛିଦିନ ଭିତରେ ତାଙ୍କୁ ଏକ ଆଶ୍ରମକୁ ଥଇଥାନ କରାଯିବ ବୋଲି ସୂଚନା ଦେଇଛନ୍ତି । ସ୍ୱେଚ୍ଛାସେବୀମାନଙ୍କ ଏହିପରି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

twelve + twenty =