pakka

୬୫ ବର୍ଷ ବୟସରେ ଏତେ ରାଗ : ନିଜ ସ୍ତ୍ରୀଙ୍କୁ ସାମାନ୍ୟ ବଚସାରେ ଠେଙ୍ଗାରେ ପିଟି ପିଟି ହତ୍ୟା

kalikesh

ପାଟଣାଗଡ଼, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଘୁମେର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ନିଜ ସ୍ୱାମୀଙ୍କ ଠେଙ୍ଗା ମାଡରେ ବୃଦ୍ଧା ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ମୃତ ବୃଦ୍ଧା ଜଣକ ହେଲେ ହାଡୁ ସାହୁଙ୍କ ସ୍ତ୍ରୀ ରାଏମତୀ ସାହୁ । ସୂଚନା ଅନୁଯାୟୀ ବୁଧବାର ଅପରାହ୍ଣ ୪ ଟାରେ ଘୁମେର ଗ୍ରାମର ବୃଦ୍ଧ ଦମ୍ପତି ହାଡୁ ସାହୁ(୬୫) ଏବଂ ତାଙ୍କ ସ୍ତ୍ରୀ ରାଏମତି ସାହୁ (୫୮) ନିଜ ଜମିକୁ ଟୋଲ ଗୋଟାଇବା ପାଇଁ ଯାଇଥିଲେ । ଦୁହିଁଙ୍କ ଭିତରେ ସାମାନ୍ୟ ବଚସାକୁ ନେଇ ଝଗଡା ହୋଇଥିଲା ହେଲେ ବୃଦ୍ଧ ଜଣକ ହଠାତ୍ ରାଗିଯାଇ ହାତରେ ଧରିଥିବା ଠେଙ୍ଗାରେ ବୃଦ୍ଧା ସ୍ତ୍ରୀ ରାଏମତୀଙ୍କ ମୁଣ୍ଡରେ ବାରମ୍ବାର ପ୍ରହାର ଉପରେ ପ୍ରହାର କରି ଚାଲିଥିଲେ । ଯାହା ଫଳରେ ବୃଦ୍ଧା ଜଣକ ଛଟପଟ ହୋଇ ଘଟଣାସ୍ଥଳରେ ହିିଁ ଚଳି ପଡିଥିଲେ ଏବଂ ସେଠାରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ୬୫ ବର୍ଷ ବୟସରେ ଏତେ ରାଗ ଭର୍ତ୍ତି ହୋଇ ରହିଛି ବୋଲି ଅଞ୍ଚଳରେ ଆଲୋଚନା ହେଉଛି । ନିଜ ସ୍ତ୍ରୀକୁ ମାରି ଦେଇ ଅନୁତାପରେ କାନ୍ଦି ପକାଇଲେ ହାଡୁ । ପରେ ଗାଁକୁ ଆସି ଘର ଲୋକଙ୍କୁ କହିଲେ ଯେ, ମୁଁ ମୋ ସ୍ତ୍ରୀକୁ ମାରିଦେଇଛି । ଏନେଇ ଘର ଲୋକେ ଲରମ୍ଭା ପୋଲିସକୁ ଖବର ଦେଇଥିଲେ । ଏ ଖବର ପାଇ ଲରମ୍ଭା ଥାନା ଅଧିକାରୀ ଶୁଶାନ୍ତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ । ଆଜି ସକାଳ ୧୦ଟା ସମୟରେ ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ଘଟଣାସ୍ଥଳକୁ ଅଭିଯୁକ୍ତ ସହ ଯାଇ ଘଟଣାର ସିନ୍ ରିକ୍ରିଏସନ୍ କରାଯାଇଥିବା ଉପଖଣ୍ଡ ଥାନା ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି । ଏନେଇ ଲରମ୍ଭା ଥାନା କେସ ନଂ ୮୬/୨୦୨୩ରେ ଗୋଟିଏ ମାମଲା ରୁଜୁ କରି ଅଭିଯୁକ୍ତ ହାଡୁ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ବୋଲି ଲରମ୍ଭା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

2 × two =