pakka

ବୁର୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବୁର୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ନିଜ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କ ମହଲରେ ବେଶ ସୁନାମ ଅର୍ଜନ କରିଛନ୍ତି । ଶିକ୍ଷକତା କାର୍ଯ୍ୟକାଳ ମଧ୍ୟରେ ସେ ‘ସାମର୍ଥ’ ଓ ‘ଉତ୍କର୍ଷ’ ଭଳି ଅନେକ କାର୍ଯ୍ୟକ୍ରମରେ ସାଧନକର୍ମୀ ଭାବରେ କାର୍ଯ୍ୟ କରିଥିଲେ । କରୋନା ମହାମାରୀ ସମୟରେ ଅନ୍‌ଲାଇନ୍ ମାଧ୍ୟମରେ ‘ମାନସ ମନ୍ଥନ’ ନାମକ ଏକ ଗୃପ ମାଧ୍ୟମରେ ଲୋଇସିଂହା ବ୍ଲକର ସମସ୍ତ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନିଶୁଳ୍କ ଶିକ୍ଷାଦାନ ଦେଇଥିଲେ । ଯାହା ଏ ପର୍ଯ୍ୟନ୍ତ ଜାରି ରହିଛି । ଶିକ୍ଷକତା ପେଶା ହେଲେ ମଧ୍ୟ ବିଜ୍ଞାନର ପ୍ରଚାର ପ୍ରସାର ତଥା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ହେଉଛି ତାଙ୍କର ନିଶା । ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ପ୍ରଚେଷ୍ଟା ଦ୍ଵାରା ତିନି ତିନି ଜଣ ବିଦ୍ୟାର୍ଥୀ ବିଜ୍ଞାନ କ୍ଷେତ୍ରରେ ଜାତୀୟ ସ୍ତରରେ ଭାଗ ନେଇ ପାରିଛନ୍ତି । ଦୀର୍ଘ ଦିନ ଧରି ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଲୋଇସିଂହା ବ୍ଲକର ବିଜ୍ଞାନ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ । ଏତତ୍ ବ୍ୟତୀତ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି ।

jay balangir
Leave A Reply

Your email address will not be published.

three × 4 =

error: Content is protected !!