pakka

ଦେଓଗାଁ ବ୍ଲକସ୍ତରୀୟ ଭିନ୍ନକ୍ଷମ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଜିତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସିଂହାମୁଣ୍ଡା ସରପଞ୍ଚ ଶ୍ରୀମତୀ ଜାହ୍ନବୀ ମାହାଣା ମୁଖ୍ୟ ଅତିଥି ଭାବେ ଏବଂ ବନ୍ଧପଡା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର, ଭାରପ୍ରାପ୍ତ ସହଶିକ୍ଷା ଅଧିକାରୀ ଲୁଚନ ଛତ୍ରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ସିଆରସିସି ସୁଶାନ୍ତ ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜ୍ୟୋତି ପ୍ରସାଦ ଷଡ଼ଙ୍ଗୀ ସଂଯୋଜନା କରିଥିଲେ । ଉମେଶ ଚନ୍ଦ୍ର ପାଣିଗ୍ରାହୀ, ରିକୁ ପ୍ରଧାନ, ଚୁନଚୁନ ନାଗ, ବୀରେନ୍ଦ୍ର ପ୍ରଧାନ କ୍ରୀଡା ପରିଚାଳନା କରିଥିଲେ । ପରିଶେଷରେ ପୁରସ୍କାର ବିତରଣ କରାଯାଇଥିଲା ।

jay balangir
Leave A Reply

Your email address will not be published.

one × three =

error: Content is protected !!