om academy

ସୁବର୍ଣ୍ଣପୁର ଜିଲ୍ଲାରେ କ୍ଷୁଦ୍ର ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଟି କ୍ଷୁଦ୍ର ନିଯୁକ୍ତି ମେଳାର ଆୟୋଜନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ୟ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତା.୦୩/୦୧/୨୪ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଉପଖଣ୍ଡର ଚାକିରୀ ଆଶାୟୀ ଯୁବକ, ଯୁବତୀମାନଙ୍କ ନିମନ୍ତେ ମା ମାହେଶ୍ୱରୀ ମହାବିଦ୍ୟାଳୟ, ଖମ୍ବେଶ୍ୱରୀପାଲି ପରିସରରେ ଓ ତା.୦୪/୦୧/୨୪ରେ ବୀରମହାରାପୁର ଉପଖଣ୍ଡର ଆଶାୟୀ ଯୁବକ, ଯୁବତୀଙ୍କ ପାଇଁ ହିକୁଡିଠାରେ ଥିବା ସରକାରୀ ଶିଳ୍ପ ପ୍ରତିଷ୍ଠାନ ପରିସରରେ କ୍ଷୁଦ୍ର ନିଯୁକ୍ତି ମେଳାର ଆୟୋଜନ ପାଇଁ ସ୍ଥିର କରାଯାଇଛି । ଏହି ନିଯୁକ୍ତି ମେଳାରେ ଯେପରି ଅଧିକ ଓ ଭଲ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ନିମନ୍ତ୍ରିତ ହୋଇ ଅଧିକରୁ ଅଧିକ ଯୁବକ, ଯୁବତୀଙ୍କୁ ଚୟନ କରି ନିଯୁକ୍ତି ଦେବେ ସେଥିପ୍ରତି ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ନିୟୋଜନ ଅଧିକାରୀଙ୍କୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ପୁନଶ୍ଚ ମେଳାକୁ ବ୍ୟବସ୍ଥିତ ଓ ଶାନ୍ତି ଶୃଙ୍ଖଳାର ସହ ସଫଳ ଆୟୋଜନ ହେବ ସେଥିପାଇଁ ଯତ୍ନବାନ ହେବାକୁ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ସରକାରୀ ଶିଳ୍ପ ପ୍ରତିଷ୍ଠାନର ଅଧ୍ୟକ୍ଷ ଶୈଳେଶ ନାୟକ, ମା ମାହେଶ୍ୱରୀ ମହାବିଦ୍ୟାଳୟ ଖମ୍ବେଶ୍ୱରୀପାଲି ଅଧ୍ୟକ୍ଷା ସୁଶ୍ରୀ ସ୍ୱପ୍ନା ମହାପାତ୍ର ଏବଂ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିୟୋଜନ ଅଧିକାରୀ ସଞ୍ଜୁ କୁମାରୀ ସାହୁ ତଥା ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.