ଉଦନ୍ତୀ ମହୋତ୍ସବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଅନ୍ୟତମ ସାଂସ୍କୃତିକ ପରିଚୟ ମାଟିର କଳା, ସାହିତ୍ୟ ଓ ପରମ୍ପରାର ପର୍ବ ଉଦନ୍ତୀ ମହୋତ୍ସବ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ସିନାପାଲି ପଂଚାୟତ ସମିତି ପରିସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେରଙ୍କ ଅଧ୍ୟକ୍ଷତାରେ ମହୋତ୍ସବ ଆୟୋଜକ କମିଟି ଗଠନ କରାଯିବା ସହ ଆସନ୍ତା ମାର୍ଚ୍ଚ ମାସ ୧୫,୧୬ ଓ ୧୭ ତାରିଖ ତିନି ଦିନ ଧରି ମହୋତ୍ସବ ଆୟୋଜନ କରିବାକୁ ସ୍ଥିର କରାଯାଇଛି । ଚଳିତ ବର୍ଷ ମହୋତ୍ସବ କମିଟିର ସଭାପତି ଭାବରେ ନୀଳମଣି ମେହେର, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ରନାଥ ଯୋଷୀ ଓ ସାଧାରଣ ସଂପାଦକ ଭାବରେ ବୈଷ୍ଣବ ମେହେରଙ୍କୁ ମନୋନୀତ କରାଯାଇଛି । ସେହିପରି କମିଟିର ଉପସଭାପତି ଭାବରେ ଶଶିଭୂଷଣ ମାଝୀ, ପ୍ରଦୀପ ଜୈନ, ଲିଙ୍ଗରାଜ ଘିଭେଲା, ପ୍ରିୟରଞ୍ଜନ ମେହେର, ସୁବ୍ରତ ଠାକୁର, ଅଜିତ ଯୋଷୀ, ରାକେଶ ମେହେର ଓ ସହ ସଂପାଦକ ଭାବରେ ମନିଷ ପଟେଲ, ଜିତୁ ମେହେର, ଦିବ୍ୟରଞ୍ଜନ ନାଏକ, ସୂରଜ ମେହେର, ରଜନୀ ମାଝୀ, ଅଲୋକ ମେହେର, ଜଗନ୍ନାଥ ସାଗର, ପ୍ରବୀଣ ମେହେର, ପରମେଶ୍ୱର ମେହେର, ସାନୁର୍ଯ୍ୟ ମେହେର, ମଧୁ ମାଝୀ, ସଞ୍ଜିବ ମେହେର, ନରେଶ ମାଝୀ ପ୍ରମୁଖ ରହିଛନ୍ତି । ସେହିପରି ମହୋତ୍ସବର ଉପଦେଷ୍ଟା ଭାବରେ ସାଂସଦ ବସନ୍ତ ପଣ୍ତା ଓ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସହ ବୈଶମ୍ପାୟନ ମେହେର, ଡମ୍ୱରୁଧର ମେହେର, ହୃଦାନନ୍ଦ ମାଝୀ, ନାରାୟଣ ପାତ୍ର, ତୁଳସୀରାମ ମେହେର, ହୄଷିକେଶ ମେହେର, ଅରିଗଞ୍ଜନ ଯୋଷୀ, ନନ୍ଦକୁମାର ପାତ୍ର, ବାମଦେବ ଦାଶ ଓ ସତୀଶ ଯୋଷୀଙ୍କୁ ଚୟନ କରାଯାଇଛି । ସୂଚନାଯୋଗ୍ୟ ଯେ ସିନାପାଲି ଭଳି ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ବିଗତ ଅଠର ବର୍ଷ ହେଲା ଉଦନ୍ତୀ ମହୋତ୍ସବର ଅନୁଷ୍ଠିତ ହୋଇଆସୁଛି । ଯାହା ସ୍ଥାନୀୟ କଳା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ଅଂଚଳ ବାହାର କଳାକୁ ଜାଣିବାର ସୁଯୋଗ ସୃଷ୍ଟି କରିଆସିଛି ।

Leave A Reply

Your email address will not be published.

two − one =