om academy

ଜାମ୍ମୁ-କାଶ୍ମୀର ରିୟାସୀଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ବଜରଙ୍ଗଦଳର ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ

jsm

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଜମ୍ମୁ-କାଶ୍ମୀରର ବୈଷ୍ଣଦେବୀ କଟରାରୁ ଶିବଖୋଡ଼ି ଯିବା ସମୟରେ ରିୟାସୀଠାରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଉପରେ ଜୁନ୍ ୯ ତାରିଖରେ ପାକିସ୍ତାନ ଦ୍ୱାରା ପାଳିତ ଇସ୍‌ଲାମିକ ଜିହାଦୀ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଏହାଦ୍ଵାରା ୧୦ ଜଣ ନିର୍ଦୋଷ ହିନ୍ଦୁ ତୀର୍ଥଯାତ୍ରୀ ସ୍ୱର୍ଗଗାମୀ ହୋଇଛନ୍ତି । ଧାରା ୩୭୦ ହଟିଲା ପରେ ଆଶାର କିରଣ ଜାଗ୍ରତ ହୋଇଛି, କିନ୍ତୁ ଲାଗୁଛି ଆତଙ୍କବାଦୀମାନଙ୍କ ମନୋବଳ ଏବେବି କମ୍ ହୋଇନାହିଁ । ହିନ୍ଦୁମାନଙ୍କୁ ଚିହ୍ନଟ କରି ତାଙ୍କୁ ହତ୍ୟା କରିବା ଘଟଣା ଏବେବି ବଢିବାରେ ଲାଗିଛି । ଏଥିରୁ ସ୍ପଷ୍ଟ ରୂପରେ ଅନୁମାନ କରାଯାଇଛି କି ଏଥିରେ ପାକିସ୍ତାନର ହାତ ଅଛି । ଦେଶରେ ସାଂପ୍ରତିକ ସମୟରେ ନୂଆ ସରକାର ଶପଥ ଗ୍ରହଣ ବେଳେ ଆତଙ୍କବାଦୀଙ୍କ ଏଭଳି ଦୁଃସାହସିକ କାର୍ଯ୍ୟ ଦେଶପ୍ରତି ଏକ ବିଦ୍ରୋହର ଆହ୍ୱାନ ସଦୃଶ ସନ୍ଦେଶ ପାଲଟିଛି । ଯାହାକୁ ନେଇ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗଦଳ ସଂପୂର୍ଣ୍ଣ ରୂପେ ନିନ୍ଦା କରୁଛି । ଏହି ପ୍ରକାର ଗତିବିଧି ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ପାଇବା ପାଇଁ କଠୋର ପଦକ୍ଷେପ ଉଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଏହି ପ୍ରକାର ରାଷ୍ଟ୍ର ବିରୋଧୀ ତତ୍ୱମାନଙ୍କୁ ସରଂକ୍ଷଣ ଦେଇଥିବା ଜିହାଦୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି । ଆଜି ପ୍ରାୟ ୧୧ଟା ସମୟରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ମନରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ଉପସଭାପତି ସ୍ମୃତି ରଞ୍ଜନ ମହାନ୍ତଙ୍କ ସମେତ ବହୁ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର ସଦସ୍ୟ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟରେ ଏକତ୍ରିତ ହୋଇ ବିକ୍ଷୋଭ କରିଥିଲେ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.