pakka

ପାଣ୍ଡବ ସାହୁଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ମନ୍ତ୍ରୀ ଟୁକୁନୀ

bbehera

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ତଳୀର ସଇଁତଲା ବ୍ଲକର ୩୨ ନଂ ଜୋନ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ପାଣ୍ଡବ ସାହୁଙ୍କ ପାଇଁ ଆଜି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପ୍ରଚାର ଆରମ୍ଭ କରିଛନ୍ତି । ଏହି ଜୋନରେ କୁମ୍ଭାରୀ, ତାଳବାହାଲ, ଡେଙ୍ଗ ଓ ବିଭିନ୍ନ ଗାଁ ଗାଁ ଯାଇ ସରକାର ଲୋକାଭିମୁଖୀ ଯୋଜନା ଉପରେ ଲୋକମାନଙ୍କୁ ବୁଝାଇ ଘର ଘର ବୁଲି ବିଜେଡି ସମର୍ଥିତ ସମିତି ସଭ୍ୟ ଓ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଏହି ପ୍ରଚାର ସମୟରେ ଜିଲ୍ଲା ବିଜେଡି ଉପସଭାପତି ସୁରେନ୍ଦ୍ର ସାହୁ, ଆଇନଜୀବୀ ମାନଞ୍ଜନ ପାଣିଗ୍ରାହୀ, ଆଲୋକ ବୁଡ଼େକଙ୍କ ସହ ଦଳୀୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ଏଠାରେ ପ୍ରକାଶ ଯେ, ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବେଲଗାଁ ଜୋନରୁ ବିଜେପି ଦଳରୁ ପ୍ରାର୍ଥୀ ଭାବେ ବିଜୟୀ ହୋଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହୋଇଥିଲେ । ଏଥିରେ ପାଣ୍ଡବ ବିଜେପି ଦଳକୁ ବାଏବାଏ କରି ବିଜେଡି ଦଳରେ ସାମିଲ ହୋଇଥିଲେ । ତାଙ୍କୁ ପୁଣି ବିଜେଡି ଦଳ ଦଳୀୟ ପ୍ରାର୍ଥୀ ଭାବେ ମଇଦାନରେ ଛିଡା କରାଇଛି । ଏହି ଚଳିତ ନିର୍ବାଚନରେ ୫/୬ ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ ବେଳେ ସେମାନଙ୍କୁ ବାଦ ଦେଇ ପାଣ୍ଡବଙ୍କୁ ଦଳ ପ୍ରାର୍ଥୀ କରିଛି । ଏହି ପରିସ୍ଥିତିରେ ପାଣ୍ଡବ ବିଜୟୀ ହୋଇପାରିବେ ତ ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

2 × 3 =