pakka

ପ୍ରଭାବତୀ ପବ୍ଲିକ ସ୍କୁଲରେ କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ କ୍ୟାରିୟର ବିଷୟରେ ସୂଚନା ଦେବାକୁ ଏକ କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସୁନନ୍ଦା ଜତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଖ୍ୟାତନାମା ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାଏକ, (ଚର୍ମରୋଗ ବିଶେଷଜ୍ଞ ) ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଦକ୍ଷତା, ଆଗ୍ରହ ଭିତ୍ତିରେ କିପରି କ୍ୟାରିୟର ଚୟନ କରିବେ, ସେଥିନିମନ୍ତେ ଉପଲବ୍ଧ ସମସ୍ତ ବିକଳ୍ପ ଗୁଡ଼ିକ ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ତାଙ୍କର ପରାମର୍ଶ ଧ୍ୟାନପୂର୍ବକ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

six + 8 =