pakka

ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ମୃତ

bbehera

ଭଞ୍ଜନଗର : ଭଞ୍ଜନଗର ବୁଗୁଡ଼ା ଥାନା ଅନ୍ତର୍ଗତ ତାଳସାକାର ଗ୍ରାମରେ ବିଦ୍ୟୁତ୍‌ ତାରରେ ଲାଗି ଗଲା ଜୀବନ । ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ମୃତ । ମୃତକ ହେଲେ ତାଳସାକାର ଗ୍ରାମର ଅରୁଣ ନାୟକ । ସେ ଶୁକ୍ରବାର ରାତିରେ ନିଜ ବିଲକୁ ଚଣାରେ ପାଣି ମଡାଇବା ପାଇଁ ଯାଇଥିବା ବେଳେ ସେଠାରେ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସିଥିଲେ । ସେହିଠାରେ ହିଁ ଚାଲିଯାଇଥିଲା ଜୀବନ । ଅରୁଣ ଘରକୁ ନଆସିବାରୁ ପରିବାର ଲୋକେ ଖୋଜକୋଜି କଲା ପରେ ବିଲରେ ପଡିରହିଥିବା ଦେଖିବାକୁ ପାଇଲେ । ଏହି ଅଂଚଳରେ ଏହି ପରି ବନ୍ୟଜନ୍ତୁଙ୍କ ପାଇଁ ବିଛା ଯାଇଥିବା ତାରରେ ଲାଗି ଅନେକ ଜୀବନ ଗଲାଣି ବୋଲି ଗାଁ ଲୋକେ କହିଥିଲେ ।

jay balangir
Leave A Reply

Your email address will not be published.

nineteen − 2 =