ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ପ୍ରବଚନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ୍ ସ୍ଥିତ ଗୁଣ୍ଡିଚା ମନ୍ଦିର କମିଟି ତରଫରୁ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ଏହି ପ୍ରବଚନ କାର୍ଯ୍ୟକ୍ରମରେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଜୀବନର ମାନବୀୟ ମୂଲ୍ୟବୋଧ ଓ ସଂସ୍କାର ଉପରେ ବକ୍ତବ୍ୟ ରଖିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜ୍ଞାନ ଶରୀରକୁ ରକ୍ଷା କରେ, ଦୀପ ଜଳେନି ସଳିତା ଜଳେ, ଭୋଗ କଲେ ରୋଗ ବଢେ, ଯେଉଁ ଘରେ ନାରୀଙ୍କୁ ସମ୍ମାନ ମିଳେ ସେ ଘରେ ଠାକୁର ରୁହନ୍ତି, ଶରୀର ହେଲା ରଥ ଆତ୍ମା ହେଲା ରଥି, ମନକୁ ଆୟତ୍ତ କରିପାରିଲେ ଇଶ୍ଵରଙ୍କୁ ପାଇପରିବ ସହ ୩ ପ୍ରକାର ସେବକ ତଥା ଜୀବନର ବାସ୍ତବତା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । କମିଟିର ଆଇନ ପରାମର୍ଶଦାତା ଆଇନଜୀବୀ ସୁବ୍ରତ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଟିର ଠାକୁର ରାଜା ମଧୁ ମହାପାତ୍ର, ସଭାପତି ପ୍ରଶାନ୍ତ କୁମାର ଷଡଙ୍ଗୀ, କାର୍ଯ୍ୟକାରୀ ସଭାପତି ଗଗନ ବିହାରୀ ସାହୁ, ଉପସଭାପତି ସଂଯୁକ୍ତା ମହାପାତ୍ର, ଦୁର୍ଗାପ୍ରସାଦ ମହାନ୍ତି, ରବିନ୍ଦ୍ର ନନ୍ଦ, ବିଦ୍ୟାଧର ଜେନା, ସତ୍ୟନାରାୟଣ ଜେନା, ସମ୍ପାଦକ ରାକେଶ କୁମାର ସିଂହ, କୋଷାଧ୍ୟକ୍ଷ ଧନେଶ୍ଵର କଂସାରୀ, ଅଜିତ ସାମଲ, ପ୍ରଭାକର ସାହୁ, ଶ୍ରୀକାନ୍ତ ରାଜ, ବିଶ୍ୱନାଥ ନାୟକ, ଲକ୍ଷ୍ମୀପ୍ରିୟା ରାଉତ, ଅବନୀ କାନ୍ତ ସିଂହ, ରବୀନ୍ଦ୍ର କୁମାର ପାଣ୍ଡବ, ଲାଲ ବାହାଦୁର ଶତପଥୀ, ନିରୁପମା ଦାଶ, ରାଜେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.