pakka

ଦେଓଗାଁରେ ମାତିଛନ୍ତି ଟୁଲୁ ମଟର ଚୋର : ପୁଲିସ ଉପରୁ ଆସ୍ଥା ହରାଉଛନ୍ତି ଜନସାଧାରଣ, ଥାନାରେ କରୁନାହାନ୍ତି ଅଭିଯୋଗ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଥାନା ଅଞ୍ଚଳରେ ଟୁଲୁ ମଟର ଚୋରୀ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତି ଦୁଇ ତିନି ଦିନରେ ଗୋଟିଏ ନା ଗୋଟିଏ ବାଡ଼ିରୁ ମଟର ଚୋରି ହେଉଥିବା ଜାଣିବାକୁ ମିଳିଛି । ଏଇ କିଛି ଦିନ ତଳେ କଛାରପାଲି କନ୍ଧପାଲିପଡ଼ାର ଜନୈକ ବ୍ୟକ୍ତିଙ୍କ ଘରକୁ ଚୋର ଦଳ ଆସିଥିବା ଜଣାଇବାକୁ ମିଳିଥିଲା । ଏହି ଦଳ ମଟର ଚୋରି ପାଇଁ ଉଦ୍ୟମ କରିବା ପରେ ମଟର ନ ପାଇବାରୁ ଘରରେ ଇଟା ଫୋପାଡି ଦେଇ ଚାଲି ଯାଇଥିଲେ । ହେଲେ ଠିକ୍ ଏହି ରାତିରେ କଚାରପାଲି ଗାଁର ମଦନପାଲିପଡ଼ାରୁ ୨ଟି ମଟର ଚୋରି ହୋଇଥିବା ଜଣାପଡିଥିଲା । ଯାହାଫଳରେ ଅଞ୍ଚଳରେ ମଟର ବ୍ୟବହାରକାରୀଙ୍କ ମଧ୍ୟରେ ଭୟଭୀତ ହେଉଥିବା ଦେଖିବାକୁ । ପୂର୍ବରୁ ଲୋକେ ନିଜ ନିଜ ବାରିପଟରେ ଥିବା କୂଅ ନିକଟରେ ମଟରକୁ ଛାଡ଼ି ଦେଇଥିଲେ ହେଲେ ଏବେ ଲୋକେ ସନ୍ଧ୍ୟା ହେଲେ ମଟରକୁ ଖୋଲି ଘରକୁ ଆଣି ପକାଉଥିବା ଦେଖିବାକୁ ମିଳୁଛି । ପ୍ରତି କିଛି ଦିନ ବ୍ୟବଧାନରେ ମଟର ଚୋରି ହେଉଥିବାରୁ ଏହି ଚୋର ଦଳ କୌଣସି ଇଲେକ୍ଟ୍ରିକାଲ ପାଠପଢା ପିଲାମାନେ ହୋଇଥିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । କରୋନା ଯୋଗୁଁ କୌଣସି କାମ ନ ପାଇ ଏମାନେ ଏଭଳି କରୁଥାଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଛା ହେଉଛି । । ହେଲେ ଏଭଳି ଭାବେ ଚୋରି ହେଉଥିବା ସତ୍ୱେ ପୁଲିସ ପାଖରେ ଏ ସଂକ୍ରାନ୍ତରେ ଅଭିଯୋଗ ହେଉନାହିଁ । ଚୋରୀ ହେଉଛି ହେଲେ ଅଭିଯୋଗ ନ ହେବା କାରଣ ବିଷୟରେ ଅନୁଧ୍ୟାନ କରାଯିବାରୁ ଜଣାପଡ଼ିଛି ଯେ, ଲୋକମାନେ ପୁଲିସ ପ୍ରତି ବିଶ୍ୱାସ ରଖୁନାହାନ୍ତି । ପୁଲିସ ପକ୍ଷରୁ ଆସ୍ଥା ହରାଉଛନ୍ତି ଜନସାଧାରଣ । ସୂଚନା ଯୋଗ୍ୟ ଯେ, କିଛି ଦିନ ତଲେ ଦେଓଗାଁ ଥାନାର ଅତି ନିକଟରେ ଅର୍ଥାତ୍ ମାତ୍ର ୫୦ଶହ ମିଟର ନିକଟରେ ଏକ ଅଟୋ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିଲା । ସେହି ରାତିରେ ସେହି ସମୟରେ ପୁଲିସ ପେଟ୍ରୋଲିଙ୍ଗ କରୁଥିଲେ ମଧ୍ୟ ମାତ୍ର ୨୦ମିନିଟ ଭିତରେ ଦୋକାନ ଫାଡ଼ି ଚୋରୀ କରିନେଇଥିଲେ । ଚୋରୀ ସାମଗ୍ରୀ ପାଇବାକୁ ଓ ଚୋରକୁ ଚିହ୍ନଟ କରିବାକୁ ପୁଲିସର ସାହଯ୍ୟ ମଗାଯାଇଥିଲା । କିନ୍ତୁ ପୁଲିସ କେସ ନ କରିବାକୁ ଓ ଚୋର ସହ ଚୋରି ସାମଗ୍ରୀ ପାଇବା ପାଇଁ ଉଦ୍ୟମ କରାଯିବା ସହ ଭବିଷ୍ୟ‌ତର ଚୋରି ନ ହେବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବାକୁ ପ୍ରତିଶୃତି ଦେବା ପରେ କେସ ନ କରି ଚୁପ ପଡ଼ିଥିଲେ । ହେଲେ କ୍ରମାଗତ ଭାବେ ଚୋରୀ ସଂଖ୍ୟା ବଢ଼ୁଥିବାରୁ ପୁଲିସ ପ୍ରତି ଲୋକଙ୍କ ଅସ୍ତା ଦୂରେଇବାରେ ଲାଗିଛି ।

jay balangir
Leave A Reply

Your email address will not be published.

five × three =