ଅଜଣା ରୋଗ ପୋକରେ ଧାନ ଫସଲ ନଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଗୋଠୋଗୁଡା ଗ୍ରାମ ପଞ୍ଚାୟତ ସଲଡିହ ଗ୍ରାମର ୩ ଏକର ଧାନ ଫସଲ ନଷ୍ଟ ହୋଇ ଯାଇଛି । ଚଳିତ ବର୍ଷ ଖରିଫ ଋତୁରେ ଭଲ ବର୍ଷା ହେତୁ ଚାଷୀ ପାଇଁ ପାଗ ଅନୁକୂଳ ହେଲେ ମଧ୍ୟ ଅଜଣା ରୋଗ ପୋକରେ ସଲଡିହ ଗ୍ରାମର ନିର୍ମଳ ମେହେରଙ୍କ ୩ ଏକର ଜମିରେ ଅଜଣା ରୋଗ ପୋକ ଲାଗି ଧାନ ଫସଲ ନଷ୍ଟ ହୋଇ ଯାଇଛି ବୋଲି ଅଭିଯୋଗ କରିଛନ୍ତି । ସୂଚନା ଥାଉକି ଶ୍ରୀ ମେହେର ତୁମୁରିପାଣି ଗ୍ରାମର ଡିଲରଙ୍କ ଠାରୁ ବାୟର କମ୍ପାନୀ ଧାନ ବିହନ ୮୪୩୩ ନାମକ ଧାନ ଆଣି ୩ ଏକର ଜମିରେ ଚାଷ କରିଥିଲେ, ଧାନ ବାହାରିବାର ସମୟରେ ଅଜଣା ପୋକ ରୋଗରେ ଧାନ ସବୁ ଲାଲ ହୋଇ ସଢି ଅଗାଡି ହୋଇଗଲା । ଗଣ୍ଠିପୋକ, ସଙ୍ଗେ ରୋଗର ଔଷଧ ସିଞ୍ଚନ କଲେ ମଧ୍ୟ କିଛି ଫଳପ୍ରଦ ମିଳିଲା ନାହିଁ । ସବୁ ଚାଷ ଧାନ ଅଗାଡି ହୋଇଥିବା ହେତୁ ମୁଣ୍ଡରେ ହାତ ଦେଇ ଚିନ୍ତାରେ ପଡି ରହିଛନ୍ତି । ଏଣୁ ଏହାର ତଦନ୍ତ ପୂର୍ବକ କ୍ଷତି ପୂରଣ ଦେବାକୁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

Leave A Reply

Your email address will not be published.