oom

ବଲାଙ୍ଗିର ଜିଲ୍ଲାରେ ଆଜି ୭୧ ଆକ୍ରାନ୍ତ : ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୧୮ ଓ ୩

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୧୮ ଓ ୩ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୧, ୪ରୁ ୧, ୫ରୁ ୨, ୬ରୁ ୧, ୭ରୁ ୧, ୧୦ରୁ ୧, ୧୫ରୁ ୩, ୧୯ରୁ ୩, ୨୦ରୁ ୨ ଏବଂ ୨୧ରୁ ୩ ଜଣ ଓ ଟିଟିଲାଗଡ଼ ପୌରାଂଚଳର ୱାର୍ଡ ନଂ.୪ରୁ ୨ ଏବଂ ୧୧ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ବେନ୍ଦ୍ରା ଗ୍ରା.ପ.ରୁ ୨, ଭରସୁଜା ଗ୍ରା.ପ.ରୁ ୨, ବଲାଙ୍ଗିର ବ୍ଲକ୍‌ ଖୁଣ୍ଟପାଲି ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୫, ବେଲପଡ଼ା ବ୍ଲକ୍‌ ଧୁମାଭଟା ଗ୍ରା.ପ.ରୁ ୨ ଓ ନୁନ୍‌ହାଡ୍‌ ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ନୂଆପଡ଼ା ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୨ରୁ ୧, ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରା.ପ.ରୁ ୨, ଲୋଇସିଂହା ବ୍ଲକ୍‌ ଲୋଇସିଂହା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଲଖନା ଗ୍ରା.ପ.ରୁ ୧, ମୁରିବାହାଲ ଗ୍ରା.ପ.ରୁ ୧, ଲେବେଡ଼ା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଭଇଁଷା ଗ୍ରା.ପ.ରୁ ୨, ଲରମ୍ଭା ଗ୍ରା.ପ.ରୁ ୩, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ରୁ ୨, ୭ରୁ ୩ ଓ ୧୦ରୁ ୧, ପୁଇଁନ୍ତଲା ବ୍ଲକ୍‌ ପୁଇଁନ୍ତଲା ଗ୍ରା.ପ.ରୁ ୧, ଛତାପିପଲ ଗ୍ରା.ପ.ରୁ ୧, ଛତାମଖ୍‌ନା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ କରମ୍‌ତଲା ଗ୍ରା.ପ.ରୁ ୧, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୩, ଡୁଙ୍ଗୁରିପାଲି ଗ୍ରା.ପ.ରୁ ୧, ବିବିନା ଗ୍ରା.ପ.ରୁ ୧, କୁଇକେଡ଼ା ଗ୍ରା.ପ.ରୁ ୧, ଶିଶକେଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ପରାସରା ଗ୍ରା.ପ.ରୁ ୧, ଖୋଲାନ ଗ୍ରା.ପ.ରୁ ୧, ନାରେନ ଗ୍ରା.ପ.ରୁ ୧ ଓ ଜଗୁଆ ଗ୍ରା.ପ.ରୁ ୧, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ୧, ବଡ଼ବାଙ୍କି ଗ୍ରା.ପ.ରୁ ୧ ଓ କନ୍ଧେଇ ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୭୮୭ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪୯୭୨ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୭୮୯ ଜଣ ଏକ୍‌ଟିଭ୍‌ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି ।

jittmm
Leave A Reply

Your email address will not be published.