pakka

ଷ୍ଟେଟବ୍ୟାଙ୍କ ଆରସେଟି ଆନୁକୁଲ୍ୟରେ ଛେଳି ପାଳନ ତାଲିମ ଉଦ୍‌ଘାଟିତ

bbehera

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଳାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଟକାନି ଠାରେ ଦଶ ଦିନିଆ ଛେଳି ପାଳନ ତାଲିମ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ କନ୍ଧକେଲଗାଁ ୟୁଜିବି ଶାଖା ପ୍ରବନ୍ଧକ ମଧୁସୂଦନ ଦାସ ଆସି ତାଲିମାର୍ଥୀ ମାନଙ୍କୁ ବ୍ୟାଙ୍କ ବିଷୟରେ ବୁଝାଇବା ସହିତ ଶୁଭକାମନା କରିଥିଲେ । ଅନୁଷ୍ଠାନର ନିର୍ଦେଶକ ଲକ୍ଷ୍ମୀଧର ମଲ୍‌ଲ୍ଲିକ, ଆର୍ ସେଠି ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ବୁଝାଇଥିବା ବେଳେ କରୋନା ମହାମାରୀ ରୂପ ଧାରଣ କରିଥିବା ଯୋଗୁ ସମସ୍ତ କାର୍ୟ୍ୟ ସାମାଜିକ ଦୂରତା ରକ୍ଷା କରି ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ପ୍ରଶିକ୍ଷକ ସୂର୍ୟ୍ୟମଣି ପଧାନ ତାଲିମାର୍ଥୀ ମାନଙ୍କୁ ସକ୍ରିୟ ଅଂଶ ଗ୍ରହଣ କରିଥିବା ଧନ୍ୟବାଦ ଅର୍ପଣ କରିଥିଲେ । କିପରି ଭଲ ପ୍ରଶିକ୍ଷଣ ପାଇବା ସହିତ ଳାଭବାନ ହୋଇପାରିବେ, ସେ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ସଇଁନ୍ତଲା ବ୍ଳକର କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଟ କାନି, ସର୍ଗିପାଲି, ଡଙ୍ଗରପଡ଼ା ଓ ସିନଖମନର ୨୦ ଜଣ ମନରେଗା ଶ୍ରମିକ ଓ ୧୫ ଜଣ ସ୍ଵୟଂ ସହାୟକ ଦଳର ସଭ୍ୟା ଅଂଶ ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

two × two =