pakka

କେବେ ବି ଖାଲି ପେଟରେ ସେବନ କରନ୍ତୁ ନାହିଁ ଏସବୁ ଜିନିଷ : ସେବନ କଲେ ଦିନ ସାରା ହେବେ ହଇରାଣ

bbehera

ଯଦି ଆପଣଙ୍କୁ ସକାଳୁ ସକାଳୁ ହେଲ୍‌ଦି ଖାଦ୍ୟ ମିଳିଯାଏ, ତେବେ ଆପଣ ଦିନ ସାରା ସବଳ ରହିବା ସହ ବିଭିନ୍ନ ପ୍ରକାର ରୋଗଠାରୁ ମଧ୍ୟ ଦୂରେଇ ରହିବେ । ଏଥିପାଇଁ ସକାଳ ଜଳଖିଆରେ ଏମିତି ଜିନିଷ ଆମେ ସେବନ କରିବା, ଯେଉଁଥିରେ ପ୍ରୋଟିନ୍‌, ଭିଟାମିନ୍ସ ଏବଂ ମିନେରାଲ୍‌ ରହିଥିବ । ମାତ୍ର କେବେ କେବେ କର୍ମ ତତ୍ପରତା ଯୋଗୁଁ ପେଟ ଭରିବା ପାଇଁ ଆମେ ଏମିତି ଜିନିଷ ସେବନ କରୁଁ, ଯାହାର କୁପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଏଥିପ୍ରତି ଆମର ବିଶେଷ ଧ୍ୟାନ ନଥାଏ । ଏମିତି କିଛି ଜିନିଷ ଅଛି, ଯାହାକୁ ଖାଲି ପେଟରେ ବିଲ୍‌କୁଲ୍‌ ସେବନ କରିବା ଉଚିତ ନୁହେଁ । ଏହାଦ୍ୱାରା ଆପଣଙ୍କ ଇମ୍ୟୁନିଟି କମ୍‌ ହେବା ସହ ଏସିଡିଟି ସଂଗେ ଅନ୍ୟ ରୋଗକୁ ମଧ୍ୟ ସାମ୍‌ନା କରିବାକୁ ପଡ଼ିପାରେ ।


ଖାଲି ପେଟରେ ସକାଳୁ ସକାଳୁ ଏମିତି ଖାଦ୍ୟ ସେବନ କରନ୍ତୁ ନାହିଁ, ଯେଉଁଥିରେ ଭିଟାମିନ୍‌-ସି ଏବଂ ସାଇଟ୍ରସ୍‌ ଫୁଟ୍‌ସ୍‌ ରହିଥାଏ । ଚିକିତ୍ସକଙ୍କ ଅନୁସାରେ ଏଥିରେ ଆପଣଙ୍କୁ ହାର୍ଟବର୍ଣ୍ଣ ଏବଂ ଏସିଡ଼ିଟିର ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଏଣୁ ଲେମ୍ବୁ, ସାନ୍ତରା ଆଦି ଖଟା ଫଳ ଖାଲି ପେଟରେ ଗ୍ରହଣ ନ କରିବା ଉଚିତ । ଟମାଟର୍‌ର ପ୍ରକୃତି ଏସିଡିକ୍‌ ଅଟେ, ଏହି କାରଣରୁ ଏହାକୁ ଖାଲି ପେଟରେ ଗ୍ରହଣ କଲେ ଅଲ୍‌ସର କିମ୍ବା ଅନ୍ୟ ପେଟ ସମସ୍ୟା ଉପୁଜିପାରେ । ଖାଲି ପେଟରେ କେବଳ ଏହାକୁ ଗ୍ରହଣ କରନ୍ତୁ ନାହିଁ । ଅନ୍ୟ ଯେକୌଣସି ସମୟରେ ଏହାକୁ ଆପଣଙ୍କ ଆରାମରେ ଗ୍ରହଣ କରିପାରିବେ ।

Leave A Reply

Your email address will not be published.

12 + seven =