pakka

କୋଭିଡ-୧୯ ଚିକିତ୍ସାରେ ପ୍ରଭାବୀ ନୁହେଁ ହାଇଡ୍ରାକ୍ସିକ୍ଲୋରୋକୁଇନ୍‌ ଏବଂ ରେମ୍‌ଡେ଼ସିବିର୍‌ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

bbehera

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ରେମ୍‌ଡେ଼ସିବିର୍‌ ଓ ହାଇଡ୍ରାକ୍ସିକ୍ଲୋରୋକୁଇନ୍‌(ଏଚ୍‌ସିକ୍ୟୁ) ସହ ଚାରୋଟି ଔଷଧକୁ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଖୁବ୍‌ କମ୍‌ ପ୍ରଭାବୀ ବୋଲି କୁହାଯାଇଛି । ଏ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିସ୍ତୃତ ପରୀକ୍ଷଣ କରାଯାଇଛି । ତେବେ ରେମ୍‌ଡେ଼ସିବିର୍‌ ପ୍ରଥମ ଔଷଧ, ଯାହାଦ୍ୱାରା କରୋନା ଭାଇରସ୍‌ ସଂକ୍ରମଣ ଚକିତ୍ସା ପାଇଁ ପ୍ରଥମେ ବ୍ୟବହାର କରାଯାଇଥିଲା । ଏହି ଔଷଧ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ୍‌ଙ୍କ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଇଛି । ରେମ୍‌ଡେ଼ସିବିର୍‌ ଔଷଧର ପ୍ରସ୍ତୁତକାରୀ କଂପାନୀ ଗିଲିଏଡ଼୍‌ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଅଧ୍ୟୟନରେ ଆସିଥିବା ପରିଣାମକୁ ଖାରିଜ୍‌ କରିଥିବା କୁହାଯାଇଛି ।

jay balangir
Leave A Reply

Your email address will not be published.

3 + ten =