pakka

ବଲାଙ୍ଗିର ସମଲେଇ ପୀଠରେ ନବରାତ୍ର ପୂଜା ଆରମ୍ଭ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ଵଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ସମୟରୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ମନ୍ଦିର ପକ୍ଷରୁ କୁହାଯାଇଛି । କରୋନା କଟକଣା ଯୋଗୁ କେହି ଭକ୍ତ ଉପସ୍ଥିତ ନଥିବା ବେଳେ ତଥାପି ନୀତି ରକ୍ଷା ପାଇଁ ପୂଜନ କର୍ମ କରୁଛନ୍ତି ପୂଜକ । ୨୫ ତାରିଖ ବିଜୟା ଦଶମୀ ଦିନ ନବରାତ୍ର ପୂଜା ସମାପ୍ତ ହୁଏ । ତେବେ ଫେସବୁକ୍ ପେଜ୍‌ରେ ମା’ ସମଲେଇଙ୍କୁ ନିୟମିତ ଦର୍ଶନ କରାଯାଇ ପାରିବ ବୋଲି କୁହାଯାଇଛି ।

Leave A Reply

Your email address will not be published.

1 × 2 =