pakka

ଟ୍ରକ ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଚାଳକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗାଁ ଛକରେ ଏକ ମାଲ ବୋଝେଇ ଟ୍ରକ ଗାଡି ନମ୍ବର ଏ୦୪ଓ-୨୬୪୯ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାୟପୁରରୁ ବଲାଙ୍ଗିର ଅଭିମୁଖେ ଏକ ପ୍ଲାଏବୋର୍ଡ ବୋଝେଇ ଟ୍ରକ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । କୌଣସି କାରଣରୁ ଆଜି ସକାଳ ପ୍ରାୟ ଆଠ ଘଣ୍ଟା ସମୟରେ ଏହା ଘଟିଛି । ଏଥିରେ କେହି ମୃତ ହୋଇନଥିବା ଜଣାପଡିଛି । ଆଗ ଦୁଇ ଚକ ଟ୍ରକରୁ ଅଲଗା ହୋଇଯାଇଛି । ପଦ୍ମପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ ।

Leave A Reply

Your email address will not be published.

6 + 7 =