କରୋନାରୁ ଆରୋଗ୍ୟ ଲାଭ କରି ଆଉ ତିନିଜଣ ଭୀମ୍‌ସାର୍‌, ବୁର୍ଲାରେ ପ୍ଲାଜ୍‌ମା ଦାନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡ଼ା ନିବାସୀ ସୁଶ୍ରୀ ଶୀତଳ ସୁନାଙ୍କ ସହିତ ତାଙ୍କ ଭାଇ ଅନୀଲ ସୁନା ଓ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର ତରାଇ ସ୍ୱେଚ୍ଛାକୃତ ଭାବେ ୧୭ ତାରିଖ ଦିନ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ପ୍ଲାଜ୍‌ମା ଦାନ କରିଅଛନ୍ତି ।

ସଂପୃକ୍ତ ତିନିଜଣ କରୋନା ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ରହି ଚିକିତ୍ସା ପରେ କରୋନାମୁକ୍ତ ହୋଇଥିଲେ । ଏହି ମହତ୍‌ କାର୍ଯ୍ୟ ପାଇଁ ସେମାନଙ୍କୁ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲା ସ୍ଥିତ ପ୍ଲାଜ୍‌ମା ଭଣ୍ଡାର ଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।

ନିଜେ କରୋନାକୁ ପରାସ୍ତ କରି ଅବଶେଷରେ ଗୁରୁତର କରୋନା ରୋଗୀଙ୍କ ଜୀବନ ବଂଚାଇବା ସକାଶେ ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ କରିଥିବାରୁ ଉପରୋକ୍ତ ତିନିଜଣ ଜିଲ୍ଲା ପ୍ରଶାସନ ତଥା ଏ ଅଂଚଳର ବୁଦ୍ଧିଜୀବୀଙ୍କ ପ୍ରଶଂସା ଭାଜନ ହୋଇଛନ୍ତି । ଏମାନଙ୍କ ଏପରି ଜନକଲ୍ୟାଣକାରୀ ପଦକ୍ଷେପ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସ୍ଥାନୀୟ ଅଂଚଳରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.