ମହାରାଜ ଶ୍ରୀ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ସମାଜବାଦର ପ୍ରବର୍ତ୍ତକ, ମହାପୁରୁଷ ଏବଂ ରାମରାଜ୍ୟର ସମର୍ଥକ ମହାରାଜ ଶ୍ରୀ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀ ଆଜି ବରଗଡ଼ରେ ନିଆରା ଢଙ୍ଗରେ ପାଳନ କରାଯାଇଛି । ପ୍ରତ୍ୟେକ ବର୍ଷ ବହୁତ ଧୁମଧାମରେ ପାଳନ କରାଯାଉଥିବା ଅଗ୍ରସେନ ଜୟନ୍ତୀ ଏବର୍ଷ କୋଭିଡ୍ କଟକଣା ଯୋଗୁଁ କୌଣସି ଜନଗହଳି ନକରି ସମସ୍ତେ କୋଭିଡ୍ ନିୟମ ମାନି ଏକ ରକ୍ତଦାନ ଶିବିର ଆୟୋଜନ କରି ଭିନ୍ନ ଭାବରେ ପାଳନ କରାଯାଇଥିଲା । ଏହି ଅବସରରେ ଆଜି ବରଗଡ଼ ଅଗ୍ରୱାଲ ସମାଜ ପକ୍ଷରୁ ସମାଜ ସେବାରେ ଉଲେଖନୀୟ ଅବଦାନ ଯୋଗୁଁ ସଂକଳ୍ପ ପରିବାର, ବରଗଡ଼ ଓ ନିଷ୍ଠା ପରିବାର, ଖଣ୍ଡହତାକୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅଗ୍ରସେନ ଜୟନ୍ତୀ ସମାରୋହ ସମିତି, ବରଗଡ଼ ଅଧ୍ୟକ୍ଷ ଦିଲିପ ସାୱଡିଆ ଓ ସମ୍ପାଦକ ବିନୋଦ ଅଗ୍ରୱାଲଙ୍କ ସମେତ ମାରୱାଡ଼ି ଯୁବା ମଞ୍ଚ ଅଧ୍ୟକ୍ଷ ଅଜୟ ଅଗ୍ରୱାଲଙ୍କ ସମେତ ଅଗ୍ରୱାଲ ସମାଜର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଠିକ୍ ସେହିପରି ସଂକଳ୍ପ ପରିବାରର ସଭାପତି ରୋହିତ ଜସ୍ୱାଲ, ବିକାଶ ଅଗ୍ରୱାଲ, ଜି ରମେଶଙ୍କ ସମେତ ନିଷ୍ଠା ପରିବାରର ମଦନ ମୋହନ ଦାସ, ଶ୍ୟାମସୁନ୍ଦର ସାହୁ, ବିଦ୍ୟାଧର ଭୋଇ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ପତ୍ର ଗ୍ରହଣ କରିଥିଲେ ।

Leave A Reply

Your email address will not be published.