ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନଙ୍କ ପଦୋନ୍ନତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସବଇନ୍ସପେକ୍ଟର ପଦବୀରୁ ପଦୋନ୍ନତି ହୋଇ ଇନ୍ସପେକ୍ଟର ହେଲେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା । ୦୮.୦୨.୨୦୨୧ରେ ଅନୁଷ୍ଠିତ କେନ୍ଦ୍ରୀୟ ଚୟନ ବୋର୍ଡ ଏବଂ ପରବର୍ତ୍ତୀ ସବ୍ ଇନ୍ସପେକ୍ଟରଙ୍କୁ ପୋଲିସ୍ ଇନ୍ସପେକ୍ଟର ପଦବୀରେ ପଦୋନ୍ନତି ପାଇଁ ମନୋନୀତ ହୋଇ ପରବର୍ତ୍ତୀ ପାହ୍ୟା ତଥା ପୋଲିସ୍ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ହୋଇଛନ୍ତି ଦୀପ୍ତିରଞ୍ଜନ । ଓଆର୍‌ଏସ୍‌ପି ନିୟମ ଅନୁଯାୟୀ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବା ନେଇ ଚିଠିରେ ଦର୍ଶାଯାଇଛି । ଆଇଆଇସି ପାହ୍ୟାରେ ଇନ୍ସପେକ୍ଟର ପଦବୀରେ ପଦୋନ୍ନତି ପାଇବା ପରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଆସିଛି ।

Leave A Reply

Your email address will not be published.

16 + twenty =