pakka

କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗଣିତ ଶିକ୍ଷକ ଯୋଗେନ୍ଦ୍ର ବିଶି ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗଣିତ ଶିକ୍ଷକ ଯୋଗେନ୍ଦ୍ର ବିଶି(୪୨)ଙ୍କ ଗତ ରାତି ୩ଟା ୪୫ମି.ରେ ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । ବଲାଙ୍ଗିର ଶାନ୍ତିପଡ଼ାରେ ରହୁଥିବା ଯୋଗେନ୍ଦ୍ର ଗୁରୁଜୀ ଅସୁସ୍ଥତା ଅନୁଭବ କରି ଗତ ୨୭ ତାରିଖ ଦିନ ନିଜ ଗାଁ ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଦେଲବାହାଲିକୁ ଯାଇ ସେଠାରେ ଚିକିତ୍ସିତ ହେଉଥିଲେ । ତେବେ ଗତ ରାତିରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଦୀର୍ଘ ୯ ବର୍ଷ ଧରି କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକତା କରି ସେ ବେଶ୍‌ ଲୋକପ୍ରିୟ ହୋଇ ପାରିଥିଲେ । ଜଣେ ଅମାୟିକ, ଛାତ୍ରବତ୍ସଳ, ପରୋପକାରୀ, ଜ୍ଞାନୀ ଗୁଣୀ, ଆଦର୍ଶ ଶିକ୍ଷକଙ୍କ ପରଲୋକରେ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି । କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା’ ତାଙ୍କ ଦେହାନ୍ତରେ ମର୍ମାହତ ହୋଇଥିବା ବେଳେ ତାଙ୍କ ଅମର ଆତ୍ମାର ସତ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.

four × 4 =