jayashree

ପ୍ରବଳ ଖରା ତାତିରେ ଚାଲିଛି ବିଦ୍ୟାଳୟରେ ପାଠପଢ଼ା : ଦ୍ଵନ୍ଦରେ ଅଭିଭାବକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗତରୁଆ ଭାବେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକୁ ଛୁଟି ଘୋଷଣା କରିଛନ୍ତି । ହେଲେ ପାଇକମାଲ ବ୍ଲକ ସହିତ ବରଗଡ଼ ଜିଲ୍ଲାର ଅନେକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପଢ଼ିବାକୁ ଆସୁଥିବାର ଦେଖା ଯାଉଛି । ଛୁଟି ସମୟରେ କାହା ନିର୍ଦ୍ଦେଶରେ ବିଦ୍ୟାଳୟ ଗୁଡିକରେ ପାଠପଢ଼ା ଚାଲିଛି ? ମୁଖ୍ୟତଃ ସରକାରୀ ବିଦ୍ୟାଳୟମାନଙ୍କରେ ପୁଣି ବିଦ୍ୟାଳୟ ପୋଷାକ ବଦଳରେ ଘରୋଇ ପୋଷାକରେ । ଯାହା ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନେ ଅସୁରକ୍ଷିତ ମନେ ହେଉଛନ୍ତି ବୋଲି ଅଭିଭାବକଙ୍କ ମହଲରେ ଦ୍ଵନ୍ଦ ପ୍ରକାଶ ପାଇଛି । ଦୂର ଦୂରାନ୍ତର ଛାତ୍ରଛାତ୍ରୀମାନେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଦ୍ୟାଳୟ ଆସି ପାରୁ ନଥିବା ଅଭିଭାବକମାନେ ଚର୍ଚ୍ଚା କରୁଛନ୍ତି । ଯଦି ଶିକ୍ଷା ବିଭାଗର ନିର୍ଦ୍ଦେଶ ଅଛି ତା’ହେଲେ ପିଲାମାନେ ବିଦ୍ୟାଳୟ ପୋଷାକରେ ବିଦ୍ୟାଳୟ ଆସିବା କଥା । ଯଦି କୌଣସି ପିଲାଙ୍କୁ ଅଂଶୁଘାତ ହେଲା କିଏ ଦାୟି ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.