p purohi

ଭତ୍ତାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭତ୍ତା ଟଙ୍କା ଏକାଉଣ୍ଟରେ ପଡ଼ିବା ପରଠୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । କାହାର ଫିଙ୍ଗର ପ୍ରିଣ୍ଟ ଆସୁନାହିଁ ତ କାହାର କେୱାଇସି ଅପଡେଟ୍‌ ହୋଇ ପାରୁନି । ଯାହାଫଳରେ ଲୋକଙ୍କ ଏକାଉଣ୍ଟରେ ଠିକ୍ ଭାବରେ ଟଙ୍କା ପଡ଼ିପାରୁନାହି ଏବଂ ଯେଉଁମାନଙ୍କ ଏକାଉଣ୍ଟରେ ପଇସା ପଡୁଛି ତାହା କାଢିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ପାରୁନାହିଁ । ବୟସର ଶେଷ ସମୟରେ ଏହା ଯେମିତି ବୋଝ ଉପରେ ନଳିତା ବିଡା ପ୍ରାୟ ହୋଇ ପଡ଼ିଛି । ତେବେ ଏସବୁ ଅବସ୍ଥାକୁ ଦେଖି ଗାଇସିଲେଟ ସରପଞ୍ଚ ସଂଘ ବରଗଡ଼ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବିଡ଼ିଓ ମନୋଜ ଦେବତା ତୁରନ୍ତ ସମସ୍ତ ପିଆର୍‌ଆଇ ମେମ୍ବର ଏବଂ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରି ଏହାର ସମାଧାନ କରିବା ପାଇଁ ଆଲୋଚନା କରିଥିଲେ । ଏହି ଅସହାୟ ଲୋକଙ୍କ ଦୁଃଖ ବୁଝିବା ପାଇଁ ଅଣ୍ଟା ଭିଡିଛନ୍ତି କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା । ସମସ୍ତ ଗ୍ରାମକୁ ଯାଇ ହିତାଧିକାରୀଙ୍କ ସହିତ ବସି ଆଲୋଚନା କରିବା ସହ ଘର ଘର ବୁଲୁଛନ୍ତି । ଗ୍ରୀଷ୍ମପ୍ରବାହର ଏହି ପ୍ରଚଣ୍ଡ ତାତିକୁ ଖାତିର ନ କରି ଉଦୁ ଉଦିଆ ଖରାବେଳରେ କୁହନ୍ତୁ କି ରାତିରେ ମୋବାଇଲ ଟର୍ଚ୍ଚ ଧରି ଘର ଘର ବୁଲି ସେମାନଙ୍କ ସହିତ ଦୁଃଖ ସୁଖ ବିଷୟରେ ଆଲୋଚନା କରୁଛନ୍ତି । ଏଥିପାଇଁ ତାଙ୍କୁ ସମାଜସେବୀ ସୁଶାନ୍ତ ପଣ୍ଡା, ପିଏଜି କୋଡ଼ିନେଟର ବୀରେନ୍ଦ୍ର ପ୍ରଧାନ, ଅଭିମନ୍ୟୁ ବରିହା ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିବା ବେଳେ ସରପଞ୍ଚ ଶ୍ରୀମତୀ ପଣ୍ଡା ଅସହାୟ ପରିବାରଙ୍କ ଘର ଘର ବୁଲି ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି । ତେବେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଏହି ମହିଳା ସରପଞ୍ଚଙ୍କ କାମ କରିବା ଶୈଳୀକୁ ବୁଦ୍ଧିଜୀବୀମାନେ ଖୁବ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

nrusinghnath
Leave A Reply

Your email address will not be published.