pakka

ପାରିବାରିକ କଳହର କରୁଣ ପରିଣତି : ୯ ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ

bbehera

କେନ୍ଦ୍ରାପଡ଼ା : ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀ ଆଗରେ ୯ ମାସର ଶିଶୁକନ୍ୟାକୁ ଧରି ଖରସ୍ରୋତା ନଦୀକୁ ଡେଇଁଲା ମାଆ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଏକ ଡଙ୍ଗା ସାହାଯ୍ୟରେ ଛୋଟ ଛୁଆ ଓ ମାଆକୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟ ମାଆ ଓ ୯ ମାସର ଶିଶୁ କନ୍ୟାକୁ କେନ୍ଦ୍ରାପଡ଼ା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଯୁବକ ଜଣକ ନିଜ ପତ୍ନୀ ଓ କୁନି ଝିଅ ସହ ଶ୍ୱଶୁର ଘର ନିକଟସ୍ଥ ଡାଳିକାଏନ୍ଦା ଗାଁକୁ ଯାଇଥିଲେ । ସେଠାରୁ ଆଜି ସମସ୍ତେ ନିଜ ଗାଁକୁ ଅଟୋ ଯୋଗେ ଫେରୁଥିଲେ । ମାତ୍ର ଅଟୋରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା ବେଳେ ତାହା କ୍ରମଶଃ ଉଗ୍ରରୂପ ଧାରଣ କରିବାକୁ ଲାଗିଲା । ଅଟୋଟି ଖରସ୍ରୋତା ନଦୀ ବ୍ରିଜ ଉପରେ ଯାଉଥିବା ବେଳେ ଅତିଷ୍ଠ ହୋଇ ପଡ଼ିଥିବା ମହିଳା ଜଣକ ଅଟୋକୁ ଅଟକାଇଥିଲେ । ଏହାପରେ ସେ ନିଜ ଝିଅକୁ ଧରି ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ ।

jay balangir
Leave A Reply

Your email address will not be published.

18 − 6 =