କମିଶନରେଟ ପୋଲିସ କବଜାରେ ୪ ଡକାୟତ

ଖୋର୍ଦ୍ଧା : କମିଶନରେଟ ପୋଲିସ କବଜାରେ ୪ ଡକାୟତ । ବ୍ୟବସାୟୀଙ୍କୁ ଲୁଟ୍ ମାମଲାରେ ୪ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଖୋର୍ଦ୍ଧା ପିତାପଲି ଛକରେ ବ୍ୟବସାୟୀଙ୍କ ନିକଟରୁ ଏହି ୪ ଲୁଟେରା ଲୁଟ୍‌ କରିଥିଲେ । ୪ ଲୁଟେରାଙ୍କୁ ଇମ୍ଫୋଭାଲି ପୋଲିସ ଗିରଫ କରିବା ସହ ତାଙ୍କ ନିକଟରୁ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଏଥିସହ ୩ଟି ଗାଡ଼ି ଏବଂ ମୋବାଇଲ ଜବତ ହୋଇଛି ।ସୂଚନା ଅନୁସାରେ ଗତ ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଶାସ୍ତ୍ରୀନଗରର ଖୁଚୁରା ବ୍ୟବସାୟୀଙ୍କଠାରୁ ହୋଇଥିଲା ଲୁଟ୍ । ବ୍ୟବସାୟୀ ଶମ୍ଭୁନାଥ ଓ ଧର୍ମେନ୍ଦ୍ର ରେଡ୍ଡୀ ଟଙ୍କା ନେଇ ଭୁବନେଶ୍ୱର ଫେରୁଥିବା ବେଳେ ଲୁଟର ଶିକାର ହୋଇଥିଲେ । ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ହତ୍ୟା ଆସାମୀ । ତାକୁ ପୂର୍ବରୁ ମଧ୍ୟ ସଜ୍ଜା ହୋଇସାରିଛି । ତେବେ ସଜ୍ଜା ସରିବା ପରେ ଜେଲରୁ ମୁକୁଳି ହାଇୱେ ଲୁଟ୍‌ରେ ସାମିଲ ହୋଇଥିଲା ।

Leave A Reply

Your email address will not be published.

18 − thirteen =