pakka

ଦେହରେ ଗଞ୍ଜେଇ ଗୁଡ଼ାଇ ଚାଲାଣ କରୁଥିବା ବେଳେ ଧରି ଦେଲା ପାଲିସ

bbehera

କୋରାପୁଟ : ନିଜ ଦେହରେ ଗଞ୍ଜେଇକୁ ପ୍ୟାକିଂ କରି ଚାଲାଣ କରିବା ସମୟରେ ଗିରଫ ହେଲେ ଅଭିଯୁକ୍ତ । ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣର ଏହି ଘଟଣା କୋରାପୁଟ ନନ୍ଦପୁରରେ ଘଟିଛି । ନିଜ ଦେହରେ ଗଞ୍ଜେଇକୁ ଗୁଡ଼ାଇଥିଲା ଅଭିଯୁକ୍ତ । ବେଶ୍ ଚାଲାକି ସହ ସେଲୋ ଟ୍ୟାପରେ ପେଟ, ପିଠି ଏବଂ ଛାତିରେ ଗଞ୍ଜେଇକୁ ପ୍ୟାକିଂ କରିଥିଲା । ସ୍ଥାନୀୟ ବାଞ୍ଜଲାପୁଟ ବସଷ୍ଟାଣ୍ଡ୍ ନିକଟରୁ ଅନ୍ୟତ୍ର ଯିବା ବେଳେ ପୋଲିସ୍ ଅଭିଯୁକ୍ତକୁ ମାଡ଼ି ବସିଥିଲା । ଯାଞ୍ଚ ପରେ ବାହାରି ଥିଲା ୨୨ କିଲୋ ଗଞ୍ଜେଇ । ଅଭିଯୁକ୍ତ ଜଣକ ଛତିଶଗଡ଼ର ବୋଲି ସୂଚନା ମିଳିଛି । ଏତେ ପରିମାଣର ଗଞ୍ଜେଇ କୋଉଠୁ ଆଣିଲା ଏବେ ସେ ଦିଗରେ ତଦନ୍ତ ଚାଲିଛି ।

jay balangir
Leave A Reply

Your email address will not be published.

three + 19 =