ଫେବୃଆରୀ ୨୭ରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ (ଷ୍ଟେଜ୍‌) ୧ ଓ ୨ ପରୀକ୍ଷା ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀମାନେ ଆସନ୍ତା ୨୦ ତାରିଖରୁ ଆଡମିଟ୍‌ କାର୍ଡ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ବୋର୍ଡର ୱେବ୍‌ସାଇଟ୍‌ରେ ପରୀକ୍ଷାର୍ଥୀମାନଙ୍କର ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରି ଛାତ୍ରଛାତ୍ରୀମାନଙ୍କୁ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ପରୀକ୍ଷା ସମସ୍ତ ବ୍ଲକ୍‌ ସ୍ତରରେ କରାଯିବ ।

Leave A Reply

Your email address will not be published.

14 − 8 =

error: Content is protected !!