୭୪ତମ ସାଧାରଣତନ୍ତ୍ର ଦିବସରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଂଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ୭୪ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରସନ୍ନ କୁମାର ତ୍ରିପାଠୀ ଓ ବିପିନ ବିହାରୀ ପଟ୍ଟନାୟକଙ୍କ ନେତୃତ୍ୱରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଂଟନ କରାଯାଇଥିଲା । ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ତଥା ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ଡାକ୍ତରଖାନରେ ପହଂଚି ରୋଗୀମାନଙ୍କୁ ଫଳ ବଂଟନ କରିବା ସହ ସେମାନଙ୍କ ଆଶୁ କାମନା କରିଥିଲେ । ଶ୍ରୀ ଦଳାଇ ଏଭଳି ମହତ କାର୍ଯ୍ୟର ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ମହାନଗର ନିଗମ ଆୟୁକ୍ତ ତଥା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ଆର୍‌ଜିଏଚ୍‌ର ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା ପ୍ରମୁଖ ବିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନ, ଅବିନାଶ ପୁହାଣ, ଯୁବ ସଂଗଠକ ପ୍ରିୟବ୍ରତ ମହାନ୍ତି, ଡାକ୍ତରଖାନାର ମ୍ୟାନେଜର ମୋହିତ ଶ୍ରୀବାସ୍ତବ ଓ ଡାକ୍ତରଖାନାର କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 − 1 =