ଜୟପାଟଣା ସହରର ଶତାୟୁ ପୁରୁଷ ଭଗବାନ ପଣ୍ଡାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ସ୍ୱାଧୀନତାର ପଚିଶ ବର୍ଷ ପୂର୍ବରୁ ଜନ୍ମ ନେଇଥିବା ଧର୍ମପରାୟଣ ଶତାୟୁ ପୁରୁଷ ଭଗବାନ ପଣ୍ଡାଙ୍କ ପରଲୋକ ହୋଇଯାଇଛି । ବିଭିନ୍ନ ସମୟରେ ଜନସାଧାରଣଙ୍କ ମଧ୍ୟରେ ପ୍ରାକ୍ ସ୍ଵାଧୀନତାର କଥା ଓ ଗାଥା ବାଣ୍ଟି ଆସୁଥିବା ସ୍ୱର୍ଗତ ପଣ୍ଡାଙ୍କ ବାନେର ପଞ୍ଚାୟତ ଅନ୍ତର୍ଗତ କାଦୋପଦର ଗ୍ରାମରେ ୧୫/୧୦/୧୯୨୫ ଏକ ସଂସ୍କାରିତ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରି ବାନେର ପ୍ରାଥମିକ ବିଦ୍ୟାଳୟରେ ଭୋର୍ନାକୁଳର ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ପରବର୍ତ୍ତୀ ବିଭିନ୍ନ ଚାକିରିର ସୁଯୋଗ ଥାଇ ମଧ୍ୟ କୃଷି ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ । ଗତ ୧୫/୧୦/୨୫ ତାରିଖରେ ପରିବାର ଲୋକେ ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସାହର ସହ ପାଳନ କରିଥିଲେ । ତାଙ୍କର ତିନି ପୁତ୍ର ପ୍ରଦ୍ୟୁମ୍ନ, ଆଶ୍ୱିନଓ ନବୀନ କୁମାର ପଣ୍ଡା । ଗତ ସୋମବାର ରାତିରେ ତାଙ୍କର ମୃତ୍ୟୁ ଖବର ପ୍ରକାଶିତ ହେବା ପରେ ଶତାଧିକ ବନ୍ଧୁ କୁଟୁମ୍ବ ଅନ୍ତିମ ଦର୍ଶନ କରିଥିଲେ । ମଙ୍ଗଳବାର ସକାଳୁ ତାଙ୍କର ଅନ୍ତିମ ସଂସ୍କାର ସମୟରେ ଶତାଧିକ ଜନସାଧାରଣ ଆତ୍ମୀୟ ସ୍ୱଜନ ଶବାଧାରରେ ଉପସ୍ଥିତ ରହିଥିଲେ । ବଡ଼ ପୁଅ ପ୍ରଦ୍ୟୁମ୍ନ କୁମାର ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.