om academy

ସାନଖେମୁଣ୍ଡିରେ ପାନୀୟଜଳ ଯନ୍ତ୍ରଣା : ଜନତାଙ୍କ ବିକ୍ଷୋଭ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଅଞ୍ଚଳରେ ପାନୀୟଜଳ ଯନ୍ତ୍ରଣା ଦେଖାଦେଇଛି । ଉକ୍ତ ଅଞ୍ଚଳର ଲୋକେ ଅସନ୍ତୋଷ ହୋଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି । ସମଗ୍ର ସାନଖେମୁଣ୍ଡି ଅଞ୍ଚଳରେ ଗ୍ରୀଷ୍ମଋତୁ ସମୟରେ ଜଳ ସଙ୍କଟ ଦେଖାଦେଇଥାଏ । ଏପରିକି ଗଞ୍ଜାମ ଜିଲ୍ଲାରେ ପାଣିର ସମସ୍ୟା ଲାଗିରହିଥିବା ଦେଖିବାକୁ ମିଳିଛି । ପାଣି ଟୋପାଏ ପାଇଁ ସାଧାରଣ ଜନତା ସବୁଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ଗତ ବୁଧବାର ଦିନ ପିଇବା ପାଇଁ ପାଣି ନଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ସମସ୍ୟା ଲାଗିରହିଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ୟାର ସମାଧାନ ହୋଇଥିଲା ବୋଲି କୁହାଯାଏ । ସେହିପର ଗତ ବୁଧବାର ଦିନ ପୁଣି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମରେ ବିଷମ ପାଣିର ସମସ୍ୟା ପାଇଁ ଜନତା ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଅନୁଯାୟୀ ପାନୀୟ ଜଳ ଯନ୍ତ୍ରଣା ସହ୍ୟ ନ କରିପାରି ଶୁକ୍ରବାର ଦିନ ସାନଖେମୁଣ୍ଡି ବ୍ଳକ ରାଧାଦେଇପୁର ଗ୍ରାମବାସୀ ଏକତ୍ରିତ ହୋଇ ପାଟପୁର ସ୍ଥିତ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତା ତଥା ୩୨୬ ନଂ ଜାତୀୟ ରାଜପଥରେ ହାଣ୍ଡି ମାଠିଆ ଧରି ସମାବେଶ ହୋଇ ବିକ୍ଷୋଭ କରିଥିଲେ । ମହିଳାମାନେ ଏକ ଘଣ୍ଟାରୁ ଅଥିକ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଖବର ମୁତାବକ ଦୀର୍ଘ ଦିନ ଧରି ଗ୍ରାମରେ ପାନୀୟ ଜଳର ସମସ୍ୟା ଲାଗି ରହିଥିଲେ ମଧ୍ୟ ଗ୍ରାମବାସୀ ମାନେ ପିଇବା ନିମନ୍ତେ ଜଳ କଷ୍ଟ ଭିତରେ ଗତି କରି ଆସୁଛନ୍ତି । ଅନ୍ୟପକ୍ଷରେ ପ୍ରଚଣ୍ଡ ରୌଦ୍ର ତାପରେ ଗ୍ରାମ କୂଅ, ନଦୀ, ପୋଖରୀ ଶୁଖି ଯାଇଥିବା ଜଣାପଡିଛି । ଏନେଇ ଗ୍ରାମର ୪ଟି ସାହିର ଶତାଧିକ ପରିବାର ସଦସ୍ୟଗଣ ପାନୀୟ ଜଳର କଷ୍ଟ ଭୋଗି ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ କାର୍ଯ୍ୟାଳୟରେ ସମସ୍ୟାର ସମାଧାନ ନେଇ ଦାବୀ କରି ଆସୁଥିଲେ ମଧ୍ୟ ଏଥିପ୍ରତି ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ନେଇ ଗ୍ରାମବାସୀ ଦୃଢ଼ ଅଭିଯୋଗ କରିଛନ୍ତି । ଆଶୁ ସୁଫଳ ନ ହେବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇବା ନିମନ୍ତେ ବାଧ୍ୟ ହୋଇଥିଲେ । ଏପରିକି ଅଗଣିତ ମହିଳା ମାନେ ହାଣ୍ଡି-ମାଠିଆ ଧରି ରାସ୍ତାରେ ଅବରୋଧ କରି ଆନ୍ଦୋଳନ କରିଥିଲେ । ଖବର ପାଇ ଘଟଣାସ୍ଥଳେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ବିଭାଗୀୟ ଯନ୍ତ୍ରୀ ଉପମା ଘଡେଇ, ସ୍ଥାନୀୟ ସରପଞ୍ଚ ଡି. ରାକେଶ ପାତ୍ର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗତକାଲି ଠାରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳଯୋଗାଣ କରାଯିବ ଏବଂ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ତଥା ମହିଳାମାନେ ଆନ୍ଦୋଳନରୁ ହଟିଥିଲେ ।

Leave A Reply

Your email address will not be published.