csstore

ମାଁ ଶକ୍ତିଶାଳୀ ଯୁବକ ସଂଘର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସାପଲହର ମାଁ ଶକ୍ତିଶାଳୀ ଯୁବକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମାଁ ଶକ୍ତିମୟୀ ଅପେରା ପାର୍ଟି ସାପଲହରର ଚଳିତ ବର୍ଷର ସୁପର ହିଟ୍ ନାଟକ ‘ମଣିଷ ଗଛର ଛାଇ’ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଅବସର ପ୍ରାପ୍ତ ସେନା ଶିକ୍ଷା ଅଧିକାରୀ ଏବଂ ଓଡ଼ିଶା ପୋଲିସ ଅଧିକାରୀ ତଥା ବର୍ତ୍ତମାନ କାର୍ଯ୍ୟରତ ସ୍ପୋର୍ଟସ ଅଫିସର ବଲାଙ୍ଗିର ଧଏସ୍‌ଡି କୃଷ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଓ ପୁରନ୍ଦର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଯୁବକ ସଂଘ ସଭାପତି ଓ ଅପେରା ପାର୍ଟି ମ୍ୟାନେଜର ଶୋଭା ସାଗର ମେହେର, ସଂପାଦକ ହାରାଧନ ପ୍ରଧାନ, ଉପ ମ୍ୟାନେଜର ଅରୁଣ ପ୍ରଧାନ, କୋଷାଧ୍ୟକ୍ଷ ହିମାଂଶୁ ପ୍ରଧାନ, ନାଟ୍ୟ ନିର୍ଦ୍ଦେଶକ କ୍ଷମାସାଗର ପ୍ରଧାନଙ୍କୁ ଉତ୍ସବରେ ସମ୍ମାନୀତ କରାଯାଇଥିଲା । ତତ୍ ପଶ୍ଚାତ ମେଲୋଡି ଓ ନାଟକ ‘ମଣିଷ ଗଛର ଛାଇ’ ପରିବେଷଣ କରାଯାଉଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ତଥା ଆଖପାଖର ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ । ଦିବ୍ୟକିଶୋର ବିଶ୍ଵାଳ ଓ ନୁରାଧନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଯୁବକ ସଂଘର ସମସ୍ତ ସଦସ୍ୟ, ବ୍ରଜମୋହନ ଜାଲ, ଅନନ୍ତ ସାହୁ, ଆଶିଷ ସାହୁ, ଋକ୍ଣଣ ପ୍ରଧାନ, ପ୍ରହଲ୍ଲାଦ ସରାଫ, ଗଣେଶ ସରାଫ, ରଘୁମଣି ପ୍ରଧାନ, ଶିରିଷ ସାହୁ, ହାରାଧନ ପ୍ରଧାନ, ପବିତ୍ର ମୋହନ ପ୍ରଧାନ, ସୁବ୍ରତ କୁମାର ମେହେର, ଯୁଧିଷ୍ଠିର ପ୍ରଧାନ, ସରୋଜ ପ୍ରଧାନ, ପରମାନନ୍ଦ ପ୍ରଧାନ, ସୁରଜ୍ ଧରୁଆ, ମନୋଜ ପ୍ରଧାନ, ଧର୍ମ ରାଜ ପ୍ରଧାନ, ସହଦେବ ମେହେର, ମୋହିତ ପ୍ରଧାନ ଅଭିନୟ ଓ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.