
କପିଲାଭଟାରେ ୪ର୍ଥ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
- ନୂତନ କର୍ମକର୍ତ୍ତା ଚୟନ
- ଜିଲ୍ଲା ତଥା ଜିଲ୍ଲା ବାହାରୁ ଯୋଗଦେବେ କଳାକାର
- ୫ ଜଣ ବିଶିଷ୍ଠ ପ୍ରତିଭାବାନ ବ୍ୟକ୍ତି ହେବେ ସମ୍ବର୍ଦ୍ଧିତ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା କମିଟି ଓ ମା’ ସାହାଜି ଯୁବକ ସଂଘ କପିଲାଭଟାର ମିଳିତ ଆନୁକୂଲ୍ୟରେ ୪ର୍ଥ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଯୋଜକ ତଥା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଗତ ବର୍ଷର ଆୟବ୍ୟୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପରେ ଏକ ପରିଚାଳନା କମିଟି ଚୟନ କରାଯାଇଛି । ସର୍ବସମ୍ମତି କ୍ରମେ ଏଥିରେ ସଭାପତି ଭାବେ ଯୁବରାଜ ହଂସ, ଉପସଭାପତି ହରପ୍ରସାଦ ହଂସ, ସମ୍ପାଦକ ଭାବେ ଅନନ୍ତରାମ ହଂସ, ସହ ସମ୍ପାଦକ ଭାବେ ନରେନ୍ଦ୍ର ପୁଞ୍ଜି, କୋଷାଧ୍ୟକ୍ଷ ଭାବେ ମନମଥ ହଂସ ସହ କୋଷାଧ୍ୟକ୍ଷ ଦୁର୍ମନ ହଂସ, ଭକ୍ତ ହଂସ, ଉପଦେଷ୍ଟା ଭାବେ ପୃଥ୍ୱୀରାଜ ବାଗ, ବୀର ହଂସ, ପାର୍ଥ ହଂସ, ପରମାନନ୍ଦ ଛତ୍ରୀଆ, ଦୁର୍ଦ୍ଦକ୍ଷ ହଂସ, ସଦସ୍ୟ ଭାବେ ବିଷ୍ଣୁ ପ୍ରସାଦ ଗହିର, କୈଳାସ ବନଛୋର, ଶମ୍ଭୁ ହଂସ, ଭୁକ୍ତେ ହଂସ, ତରଣୀ ପୁଞ୍ଜି, କୁବେର ହଂସ, ରୋହିତ ହଂସ, ଫାଲଗୁନି ହଂସ, ହରେଶ ବେହେରା ପ୍ରମୁଖଙ୍କ ସହ ଅନ୍ୟମାନେ ମନୋନୀତ ହୋଇଥିଲେ । ଚଳିତ ବର୍ଷ କିପରି ଭାବେ ମହାସମାରୋହରେ ପାଳନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆସନ୍ତା ନଭେମ୍ବର ୦୯ ତାରିଖ ସନ୍ଧ୍ୟା ୬ ଘଟିକାରେ ଉଦ୍ଘାଟନୀ ସାଧାରଣ ସଭା ପରେ ଡ୍ୟାନ୍ସ ଧମାକା ୨୦୨୬, ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୬ ଘଟିକାରେ ଦ୍ଵିତୀୟ ରଜନୀ ସାଧାରଣ ସଭା ପରେ ରାତ୍ରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଲଛିପୁର ଗାଁର କାଳ୍ପନିକ ନାଟକ” ଲୁହରେ ଲୁହରେ ଲେଖୁଛି ଗପ ସାବତ ବାପ ଅସତ ଗପ ” ମଂଚସ୍ଥ ହେବ, ୧୧ ତାରିଖ ଅପରାହ୍ନ ୫ ଘଟିକାରେ କବିତା ପାଠୋତ୍ସବ, ସନ୍ଧ୍ୟା ୬ ଘଟିକାରେ ଉଦ୍ଯାପନୀ ଉତ୍ସବ ସାଧାରଣ ସଭା ପରେ ରାତ୍ରିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁର କାଳ୍ପନିକ ନାଟକ “ଜୀବନ ଭାସୁଛି ଆଖି ଲୁହରେ” ମଂଚସ୍ଥ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ସୂଚନା ମିଳିଛି । ଏହି ଅବସରରେ ଅଂଚଳର ବିଶିଷ୍ଠ ପ୍ରତିଭାବାନ ୫ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସାଂସ୍କୃତିକ ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳ ଗୁଡିକ ଯୋଗ ଦେବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।